ମହେଶଙ୍କ ବିରୋଧରେ ଚାର୍ଜଫ୍ରେମ ନିଦେ୍ର୍ଧଶ ଖାରଜ

Jun 21, 2018 - 18:03
 226
କଟକ, ୨୧ା୬(ସକାଳଖବର): ଚିଟଫଣ୍ଡ ସଂସ୍ଥା ସମୃଦ୍ଧ ଯୋଜନା ପରିଚାଳନା ନିଦେ୍ର୍ଧଶକ ମହେଶ କିଶାନ ମୋଟେୱାରଙ୍କ ବିରୋଧରେ ସିବିଆଇ କୋର୍ଟରେ ହୋଇଥିବା ଚାର୍ଜଫ୍ରେମ ନିଦେ୍ର୍ଧଶକୁ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏହି ମାମଲାରେ ଆଉ ଥରେ ଟ୍ରାଏଲ କରି ଚାର୍ଜଫ୍ରେମ ହୋଇପାରିବ କି ନାହି, ନିଷ୍ପତ୍ତି ନେବା ପାଇଁ ନିମ୍ନ ଅଦାଲତକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ସୁରେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ନିମ୍ନ ଅଦାଲତରେ ସିବିଆଇ ଯେଉଁ ଦିନ ଚାର୍ଜସିଟ ଫାଇଲ କଲା, ସେହି ଦିନ କୋର୍ଟରେ ଚାର୍ଜଫ୍ରେମ ହୋଇଥିଲା । ଏହା ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ୧୧ହଜାର ପୃଷ୍ଠା ସମ୍ବଳିତ ଚାର୍ଜସିଟକୁ କୋର୍ଟରେ ଦାଖଲ କରାଯିବା ପରେ ସିବିଆଇ ପକ୍ଷରୁ ସଂଗେସଂଗେ ଆବେଦନକାରୀଙ୍କ ଓକିଲକୁ ଦିଆଯିବା ସହ ସେହି ଦିନ ଆବେଦନକାରୀଙ୍କ ବିରୋଧରେ ତଥା ୨୦୧୮, ଏପ୍ରିଲ ମାସ ୧୮ତାରିଖରେ ଚାର୍ଜଫ୍ରେମ ହୋଇଥିଲା । ଆବେଦନକାରୀ ଚାର୍ଜଫ୍ରେମ ନିଦେ୍ର୍ଧଶକୁ ଚାଲେଞ୍ଜ କରି ଏହାକୁ ରଦ୍ଧ କରାଯାଉ ବୋଲି ପ୍ରାର୍ଥନା କରି ମାମଲା ରୁଜୁ କରିଥିଲେ ।