ଏମ୍ସରେ ଚିକିତ୍ସା ପାଇଁ ମହିମାଙ୍କୁ ଏସ୍ଡିଜେଏମ ଦେଲେ ଅନୁମତି

May 19, 2018 - 15:07
 189
ଏମ୍ସରେ ଚିକିତ୍ସା ପାଇଁ ମହିମାଙ୍କୁ ଏସ୍ଡିଜେଏମ ଦେଲେ ଅନୁମତି
କଟକ,୧୯ା୫(ସକାଳଖବର): ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଦାୟର ମାମଲା ଉପରେ ସଦର ଏସଡିଜେଏମ କୋର୍ଟ ଆବେଦନକୁ ଶନିବାର ଗ୍ରହଣ କରି ଆବେଦନକାରୀଙ୍କୁ ଜରୁରି ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ ଏମ୍ସକୁ ପଠାଇବା ପାଇଁ ଚୌଦ୍ୱାର ସର୍କଲ ଜେଲ ଅଧିକ୍ଷକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରିବା ପରେ କୋର୍ଟଙ୍କୁ ଅବଗତ କରାଇବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ତେବେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଗତ ଏପ୍ରିଲ ମାସ ୪ତାରିଖରେ ମେଡ଼ିକାଲ ବୋର୍ଡ ଦେଇଥିବା ରିପୋର୍ଟ ସହ ଏପ୍ରିଲ ମାସ ୯ତାରିଖର ଡିସଚାର୍ଜ ସାର୍ଟିଫିକେଟର ଅବିକଳ ନକଲ ଦାଖଲ କରାଯାଇଥିଲା । ଏଥିସହ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ଜେଲ ଅଧିକ୍ଷକଙ୍କ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠ, ଜେଲ ମେଡ଼ିକାଲ ଅଫିସରଙ୍କ ରିପୋର୍ଟ ଆଦି ଦାଖଲ କରାଯାଇଥିଲା ।