ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ

Feb 15, 2019 - 19:44
 143
ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ
ଭୁବନେଶ୍ୱର, ୧୫/୨(ସକାଳଖବର): ଓଡିଶାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା, ବାଳାଶ୍ରମମାନଙ୍କରେ ନାବାଳିକା ଦୁଷ୍କର୍ମ ଓ ଅନ୍ତସତ୍ୱା ହେଉଥିବା ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ଶୁକ୍ରବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ସମ୍ପୃକ୍ତ ମହିଳା ବିକ୍ଷୋଭକାରୀମାନେ ନବୀନ ନିବାସକୁ ଧଶେଇ ପଶିବାକୁ ଉଦ୍ୟମ କରିବାବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ମହିଳାମାନେ ହାତରେ କଳା ବେଲୁନ୍ ଧରିବା ସହ ନବୀନ ନିବାସ ଉପରକୁ ଟମାଟ ମାଡ଼ କରିଥିଲେ । ତେବେ ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ୍ ୫୦ରୁ ଅଧିକ କର୍ମୀଙ୍କୁ ଉଠାଇ ନେଇଥିଲା । ରାଜ୍ୟରେ ମହିଳାଙ୍କ ପ୍ରତି ବଢି ·ଲିଥିବା ହିଂସା, ଧର୍ଷଣ ଓ ସେବାଶ୍ରମରେ ନାବାଳିକା ଗର୍ଭବତୀ ଘଟଣାକୁ ମହିଳା କଂଗ୍ରେସ ନିନ୍ଦା କରିଥିଲା ।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ ରଖିବାକୁ ଗତ ୪ ତାରିଖରେ ଚେତାବନୀ ଦେଇଥିଲା ।ତେବେ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ନଖିବା ପରେ ମହିଳା କଂଗ୍ରେସ ଅ ।ନେ୍ଦାଳନକୁ ଓହ୍ଲାଇଥିଲା । ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ମହିଳାଙ୍କ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ ମଧ୍ୟ ମୁଖମନ୍ତ୍ରୀଙ୍କ ପ୍ରକୋଷ୍ଠରୁ କୌଣସି ଉତର ମିଳି ନଥିଲା । ଏହାର ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ନବୀନ ନିବାସ ଘେରାଉ କରିଥିଲେ । ପୋଲିସ କର୍ମଚାରୀଙ୍କ ଆକ୍ରମଣରେ କିଛି ମହିଳା ଆଘାତ ପାଇବା ସହ କଟକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶୋଭାମୟୀ ସିଂଙ୍କ ମୁଣ୍ଡରେ ଜୋର୍ରେ ଆଘାତ ଲାଗିବା ଫଳରେ ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।