ମହିମା ମିଶ୍ରଙ୍କ ଜାମିନ ମାମଲା ସ୍ଥାନାନ୍ତର

Jun 13, 2018 - 14:42
 230
ମହିମା ମିଶ୍ରଙ୍କ ଜାମିନ ମାମଲା ସ୍ଥାନାନ୍ତର
କଟକ,୧୩ ।୬(ସକାଳଖବର): ଶିଳ୍ପପତି ମହିମା ମିଶ୍ର ପୁଣି ଥରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଜଷ୍ଟିସ ଏସ ସି ପରିଜାଙ୍କୁ ନେଇ ଗଠିତ ଅବକାଶକାଳିନ ଖଣ୍ଡପୀଠ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠକୁ ମାମଲା ସ୍ଥାନାନ୍ତର କରିଛନ୍ତି । ପରାଦୀପ ତାରିଣୀ ଗଡା ଗୁଳିକାଣ୍ଡ ଘଟଣା ଓ କଟକ ପ୍ରେସ ଛକ ବୋମା ମାଡ ଘଟଣାରେ ଜାମିନ ପାଇଁ ସେ ପୁଣି ଆବେଦନ ଦାୟର କରିଥିଲେ । ଏହି ଦୁଇ ମାମଲାରେ ପୂର୍ବରୁ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିଥିଲେ । ଏହା ପରେ ଦ୍ୱିତୀୟ ଥର ପାଇଁ ଶ୍ରୀ ମିଶ୍ର ଦାୟର କରିଥିବା ଜାମିନ ଆବେଦନ ଗତ ମାସ ୧୮ ତାରିଖରେ ହାଇକୋର୍ଟରୁ ପ୍ରତ୍ୟାହୃତ ହୋଇଥିଲା । ଏହା ପରେ ଏହି ଘଟଣାରେ ସେ ପୁଣି ନିୟମିତ ଜାମିନ ଆବେଦନ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜୟଦୀପ ପାଲ ମାମଲା ପରିଚାଳନା କରୁଛନ୍ତି ।