ମହାକାଶକୁ ୩୬ଟି ‘ୱାନ୍‌ୱେବ୍‌ ଇଣ୍ଟର୍‌ନେଟ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କଲା ‘ଇସ୍ରୋ’

Mar 26, 2023 - 06:54
 28
ମହାକାଶକୁ ୩୬ଟି ‘ୱାନ୍‌ୱେବ୍‌ ଇଣ୍ଟର୍‌ନେଟ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କଲା ‘ଇସ୍ରୋ’
ଚେନ୍ନାଇ: ନିର୍ଦ୍ଧାରିତ ଯୋଜନା ଅନୁସାରେ, ଆଜି ସକାଳ ୯ଟାରେ ‘ଭାରତୀୟ ମହାକାଶ ଗ‌େବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ଚେନ୍ନାଇ ନିକଟ ଶ୍ରୀହରିକୋଟା ‘ସ୍ପେସ୍‌ପୋର୍ଟ’ରୁ ଗୋଟିଏ ରକେଟ୍‌ ଯୋଗେ ୩୬ଟି ‘ୱାନ୍‌ୱେବ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରିଛି। ‘ୱାନ୍‌ୱେବ୍‌ ଇଣ୍ଡିଆ-୨’ ଅଭିଯାନର ଅଂଶବିଶେ‌ଷ ଭାବେ ‘ଲଞ୍ଚ୍‌ ଭେଇକ୍ଲ୍‌ ମାର୍କ-୩’ ରକେଟ୍‌ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରୁ ଇଂଲଣ୍ଡ୍‌ସ୍ଥିତ କମ୍ପାନିର ତତ୍ତ୍ବାବଧାନରେ ଏହି ୩୬ଟି କୃତ୍ରିମ ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିଥିଲା। ଏହି ‘ସାଟେଲାଇଟ୍‌’ ବା ‘କୃତ୍ରିମ ଉପଗ୍ରହ’ଗୁଡ଼ିକୁ ‘ଲୋ ଆର୍ଥ ଅର୍‌ବିଟ୍‌’ ବା ପୃଥିବୀଠୁ ସ୍ବଳ ଉଚ୍ଚରେ ଘୂରିବା ଭଳି କକ୍ଷପଥରେ ସ୍ଥାପନ କରାଯିବ। ସମୁଦାୟ ୫,୮୦୫ କିଲୋଗ୍ରାମ୍‌ ଓଜନର ଏହି ‘ୱାନ୍‌ୱେବ୍‌ ଜେନ୍‌-୧’ ‘ସାଟେଲାଇଟ୍‌’ଗୁଡ଼ିକୁ ମହାକାଶରେ ୮୭.୪ ଡିଗ୍ରି ଅଣେଇ ରଖାଯାଇ ୪୫୦ କିଲୋମିଟର୍‌ ବୃତ୍ତାକାର କକ୍ଷପଥରେ ସ୍ଥାପନ କରାଯିବ। ପ୍ରାପ୍ତସୂଚନା ଅନୁସାରେ, ପ୍ରତି ‘ସାଟେଲାଇଟ୍‌’ର ଓଜନ ୧୫୦ କିଲୋଗ୍ରାମ୍‌। ସେଗୁଡ଼ିକୁ ୧୨ଟି ବିମାନରେ ରଖାଯାଇଛି। ଏହି ବିମାନ ସବୁ ମହାକାଶରେ ପରସ୍ପର ମଧ୍ୟରେ ଧକ୍କା ନ ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ତେଣୁ, ମହାକାଶରେ ପ୍ରତି ବିମାନ ପରସ୍ପର ଠାରୁ ୪ କିଲୋମିଟର୍‌ ଉଚ୍ଚ ବ୍ୟବଧାନରେ ପୃଥକ୍‌ ହୋଇଯିବେ। ‘ଇସ୍ରୋ’ ଏବଂ ଇଂଲଣ୍ଡ୍‌ର ‘ୱାନ୍‌ୱେବ୍‌ ଗ୍ରୁପ୍‌’ ମିଳିତ ଭାବେ ଏହି ବ୍ୟାବସାୟିକ କୃତ୍ରିମ ଉପଗ୍ରହଗୁଡ଼ିକୁ ଉତ୍‌କ୍ଷେପଣ କରିଛନ୍ତି। ‘ୱାନ୍‌ୱେବ୍‌’ ହେଉଛି ଏକ ବୈଶ୍ବିକ ‘କମ୍ୟୁନିକେସନ୍‌ ନେଟ୍‌ୱାର୍କ’ ଯିଏ ସରକାର ଓ କମ୍ପାନିମାନଙ୍କୁ କନେକ୍ଟିଭିଟି ଯୋଗାଉଛି।