ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ

Jan 31, 2019 - 16:32
 145
ଅନୁଗୋଳ,୩୦/୧(ସକାଳଖବର): ବିବାହ ପାଇଁ ମଝିକା ଶିବ ମନ୍ଦିରରେ ଚାଲିଥିଲା ବିରାଟ ଆୟୋଜନ । ବନ୍ଧୁବାନ୍ଧବ ଆସି ଯାଇଥିଲେ । ଆଉ ଭୋଜି ଭାତ ରନ୍ଧା ବଢ଼ା ଶେଷ ପଯ୍ୟାୟରେ ପହଞ୍ଚô ଯାଇଥିଲା । ସମସ୍ତଙ୍କର ଅପେକ୍ଷା ବର କେତେବେଳେ ବେଦିରେ ବସିବେ । ତେବେ ରୋସଣୀ ଶୋଭାଯାତ୍ରାରେ ବାହାରିଥିବା ବର ହାତଗଣ୍ଠି ପଡ଼ିବା ଦୂରକଥା ବେଦିକୁ ମଧ୍ୟ ପହଞ୍ଚô ପାରିଲାନି ବର । ରୋସଣୀ ଶୋଭାଯାତ୍ରା ଆସିବା ବେଳେ ବରକୁ ଉଠାଇନେଇଥିଲା ପୋଲିସ । ଏଭଳି ଏକ ଘଟଣାକୁ ଦେଖିବାକୁ ମିଳିଛି ଅନୁଗୋଳ ସହର ଉପକଣ୍ଠ ମଝିକା ଶିବ ମନ୍ଦିରରେ । ଘଟଣାରୁ ପ୍ରକାଶ ଯେ, ଢେ଼ଙ୍କାନାଳ ଜିଲ୍ଲା ହିନେ୍ଦାଳ ଥାନା କଂସରା ଅଞ୍ଚଳର ଅବନୀ ରାଉତ ନାମକ ଜଣେ ଯୁବକ ଗତ ୨୬.୮.୨୦୧୮ ରିଖରେ ସେହି ଥାନା ଅନ୍ତର୍ଗତ ବିଲେଇଖଳି ଗାଁର ଜଣେ ଯୁବତୀଙ୍କ ସହ କୋର୍ଟରେ ବିବାହ ହୋଇଥିଲା । ତେବେ ଆଜି ନିଶା ଥାନା ଅନ୍ତର୍ଗତ କାଳିଆକଟା ଅଞ୍ଚଳର ଜଣେ ଯୁବତୀଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ମଝିକା ଶିବମନ୍ଦିରରେ ଦ୍ୱିତୀୟ ବିବାହ କରୁଥିବା ନେଇ ହିନେ୍ଦାଳ ଥାନାରେ ପ୍ରଥମ ଯୁବତୀ ଅଭିଯୋଗ କରିଥିଲେ । ଏନେଇ ହିନେ୍ଦାଳ ପୋଲିସ ଆଜି ମଝିକା ଶିବ ମନ୍ଦିରରେ ବିବାହ ଚାଲୁଥିବାବେଳେ ବାହାବେଦୀରୁ ଅବନୀକୁ ଉଠାଇ ନେଇଥିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।