ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବିଜେଡ଼ି-ବିଜେପି : ନିରଂଜନ

Jan 31, 2019 - 16:18
 150
ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବିଜେଡ଼ି-ବିଜେପି : ନିରଂଜନ
ଭୁବନେଶ୍ୱର,୩୦/୧(ସକାଳଖବର): କେନ୍ଦ୍ର ସରକାର ଦିନକୁ ଦିନ ତୈଳ ଦର ବୃଦ୍ଧି କରିଚାଲିଛନ୍ତି । ଆର୍ନ୍ତଜାତୀୟସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହି ବୁଲୁଛନ୍ତି । ହେଲେ ବାସ୍ତବକ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଦେଶବାସୀଙ୍କୁ ଭକୁଆ ବନେଇବାରେ ଲାଗିଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟନାୟକ ଅଭିଯୋଗ କରରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ ପଟେ ଅଶୋଧିତ ତୈଳର ମୂଳ ଦର ଆନ୍ତର୍ଜାତିକ ବଜାରରେ ଗତ ସାଢେ଼ ୪ବର୍ଷ ମଧ୍ୟରେ ଭାରତୀୟ ମୁଦ୍ରାରେ ପ୍ରାୟ୧୦ଟଙ୍କା କମି ଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାର ତାହା ଉପରେ ନିଜର ଟିକସ ବୋଝ ବଢ଼ାଇ ଚାଲିଛନ୍ତି । ସରକାରଙ୍କ ପ୍ରଦତ ତଥ୍ୟ ଅନୁଯାୟୀ ୨୦୧୪ ଏପ୍ରିଲ ୨ ତାରିଖରେ ଟିକସ ଲାଗୁ ପୂର୍ବରୁ ପେଟ୍ରୋଲ ଦର ଲିଟର ପିଛା ୪୮.୭୯ଟଙ୍କା ଥିଲା । ଏବେ ଏହା ୩୯ଟଙ୍କାକୁ ଖସି ଆସିଛି । ସେହିପରି ଡିଜେଲ ଦର ଅପରିବର୍ତିତ ଥିବାବେଳେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାତ୍ରାଧିକ ଟିକସ ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୧୪ରେ ପେଟ୍ରୋଲ ମୂଳଦର (ଟିକସ ଲାଗୁ ପୂର୍ବରୁ ) ଲିଟର ପିଛା ୪୮.୭୯ଟଙ୍କା ଥିବାବେଳେ ଏବେ ଏହା ୩୯ଟଙ୍କାରେ ରହିଛି ।୨୦୧୪ରେ ପେଟ୍ରୋଲ ଲିଟର ଉପରେ କେନ୍ଦ୍ର ସରକାର ୯ଟଙ୍କା ୪୭ ପଇସା ଟିକସ ନେଉଥିବାବେଳେ ରାଜ୍ୟ ସରକାର ୧୧ଟଙ୍କା ୧୭ ପଇସା ଟିକସ ଆକାରରେ ଆଦାୟ କରୁଥିଲେ । ସେତେବେଳେ ଦେଶରେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ୪୮ ପଇସା ରହିଥିଲା । ସମ୍ପ୍ରତି ପେଟ୍ରୋଲର ମୂଳ ଦର (ଟିକସ ଲାଗୁ ପୂର୍ବରୁ) ଲିଟର ପିଛା ପ୍ରାୟ ୩୯ ଟଙ୍କା ରହିଛି । ଅଥଚ ଭାରତ ସରକାର ତାହା ଉପରେ ଲିଟର ପିଛା ୧୭ ଟଙ୍କା ୯୮ ପଇସା ଏବଂ ଓଡ଼ିଶା ସରକାର ଲିଟର ପିଛା ୧୪ ଟଙ୍କା ୭୭ ପଇସା ଟିକସ ଆକାରରେ ଆଦାୟ କରୁଛନ୍ତି । ସେହିଭଳି ଭାବରେ ୨୦୧୪ ଏପ୍ରିଲ ମାସରେ ଭାରତରେ ଡିଜେଲର ମୂଳଦର ଲିଟର ପିଛା ଯେତିକି ଥିଲା, ତାହା ଉପର ଲିଟର ପିଛା କେନ୍ଦ୍ର ସରକାର ୩ ଟଙ୍କା ୫୬ ପଇସା ଟିକସ ନେଉଥିଲେ । କିନ୍ତୁ ବିଜେପି ସରକାର ତାହା ଚାରିଗୁଣଣରୁ ଅଧିକ ବୃଦ୍ଧି କରି ଲିଟର ପିଛା ୧୭ ଟଙ୍କା ୩୩ ପଇସା କରିଥିଲେ । ଅବଶ୍ୟ ଏହାକୁ ଦୃଢ ବିରୋଧ କରାଯିବାରୁ ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଟିକସ ୨ ଟଙ୍କା ହ୍ରାସକରି ଡିଜେଲ ଲିଟର ପିଛା କେନ୍ଦ୍ରୀୟ ଉପôାଦନ ଶୁଳ୍କ ୨୦୧୭ରେ ୧୫ ଟଙ୍କା ୩୩ ପଇସା ରଖିଥିଲେ । ସମ୍ପ୍ରତି ତାହା ଅଧିକ ବୃଦ୍ଧିପାଇଛି । ଅନୁରୂପ ଭାବେ ରାଜ୍ୟରେ ଡିଜେଲ ଉପରେ ଭାଟ୍ ଲିଟର ପିଛା ୨୬ ପ୍ରତିଶତକୁ ବୃଦ୍ଧିପାଇଛି । ୨୦୧୪ରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ବିଜେଡି ସରକାର ୨୩ ପ୍ରତିଶତ ଭାଟ୍ ଆଦାୟ କରୁଥିଲେ । ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପର କେନ୍ଦ୍ର ସରକାରଙ୍କ ଉପôାଦନ ଶୁଳ୍କ ପରିମାଣ ତିନିଗୁଣରୁ ଅଧିକ ବୃଦ୍ଧିପାଇଥିବା ସରକାରୀ ତଥ୍ୟରୁ ପ୍ରକାଶ ।