ମମିତା ମୃତୁ୍ୟଘଟଣାର ଅନୁଧ୍ୟାନ ପାଇଁ ଓଡିଶା ଆସିବ କେନ୍ଦ୍ରିୟ ବିଜେପି ଟିମ

Oct 26, 2021 - 11:31
 70
ମମିତା ମୃତୁ୍ୟଘଟଣାର ଅନୁଧ୍ୟାନ ପାଇଁ ଓଡିଶା ଆସିବ କେନ୍ଦ୍ରିୟ ବିଜେପି ଟିମ
ଭୁବନେଶ୍ୱର: ମମିତା ମୃତୁ୍ୟକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଏଥିପାଇଁ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଥିଲେ । ତେବେ ଘଟଣାର ବିସୃତ ଅନୁଧ୍ୟାନ ପାଇଁ ତିନି ଜଣିଆ କେନ୍ଦ୍ରିୟ ବିଜେପ ଟିମ୍ ଓଡଶା ଆସିବେ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୂଚନା ଦେଇଛନ୍ତି । ତେବେ ଘଟଣା ସମ୍ପର୍କରେ ବିଜେପି ଅଧକ୍ଷ ଜେପି ନଡ୍ଡା ଅବଗତ ଅଛନ୍ତି ଓ ତାଙ୍କ ନିଦେ୍ର୍ଧଶ କ୍ରମେ ତିନି ଜଣିଆ କେନ୍ଦ୍ରୀୟ ବିଜେପି ଟିମରେ ସୁନିତା ଦୁଗ୍ଗଲ, ରୂପାମିତ୍ର ଚୌଧୁରୀ ପ୍ରମୁଖ ଓଡିଶା ଆସିବେ । ଘଟଣାକୁ ତନତନ କରି ଅନୁଧ୍ୟାନ କରି ରିପୋର୍ଟ ଦେବେ ବୋଲି ସମ୍ବିତ ପାତ୍ର ସୂଚନା ଦେଇଛନ୍ତି ।