ପୋଲିସକୁ ଅଣ୍ଡା, ଟମାଟୋ ମାଡ

Oct 26, 2021 - 09:09
 54
ପୋଲିସକୁ ଅଣ୍ଡା, ଟମାଟୋ ମାଡ
ଭୁବନେଶ୍ୱର: ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ଥମୁନି ଝଡ । ଏଥିପାଇଁ ଜୋର ଧରିଛି ରାଜନୀତି । ଏଥିପାଇଁ ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବି କରି ବିରୋଧୀ ଅଡି ବସିଥିବାବେଳେ ଆଜି ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରଉ କରିଛି । ଛାତ୍ରକଂଗ୍ରେସ ପକ୍ଷରୁ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିପାଇଁ ପୋଲିସ ପ୍ରଶାସନ ସମସ୍ତ ସଜାଗ ରହିଥିଲା ଓ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଫରେଷ୍ଟ ପାର୍କ ଛକ ଦେଇ ବ୍ୟାରିକେଟ ପାର ହୋଇ ଛାତ୍ର କଂଗ୍ରେସର କର୍ମୀମାନେ ନବୀନ ନିବାସ ଭିତରକୁ ପସୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି । ଏନେଇ ଖୋଦ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ଓ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛିନ୍ତି ।