ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଗିରଫ

Sep 20, 2018 - 09:32
 219
ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଗିରଫ
ଭୁବନେଶ୍ୱର,୨୦/୯ (ସକାଳଖବର): ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କୁ ପୁଲିସ ଥାନା ଭିତରେ ପଶି କାର୍ୟ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗ ରେ ଗିରଫ କରିଛି ।ବୁଧବାର ରାତି ସାଢ଼େ ୯ଟା ସମୟରେ ମଙ୍ଗୁଳି ଟୋଲ ଗେଟ୍ ନିକଟରେ ତାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ୬ତାରିଖରେ ଘସିପୁରା ପୌର ପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡ଼ି ଉପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଦେବାଶିଷଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା।ତେବେ ଏହି ଖବର ପାଇବା ପରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ନିଜର ୪୦ରୁ ୫୦ଜଣ ସହଯୋଗୀଙ୍କ ସହ ରାମଚନ୍ଦ୍ରପୁର ଥାନାରେ ପଶି କାର୍ୟ୍ୟରତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ବ୍ୟକ୍ତିମାନଙ୍କୁ ଜୋର ଜବରଦସ୍ତ ଛଡ଼ାଇ ଆଣିଥିଲେ।ଏହି ଆକ୍ରମଣରେ ପୁଲିସ ସବଇନ୍ସପେକ୍ଟର ଗଗନ ନାୟକଙ୍କ ମୁହଁ ହାଡ଼ ଭାଙ୍ଗି ଯାଇଥିଲାବେଳେ ଅନ୍ୟଜଣେ ଏଏସଆଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ପୁଅ ଗିରଫ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି।