ଅଭିଜିତ୍ ଆୟର ମିତ୍ର ଗିରଫ

Sep 20, 2018 - 09:11
 224
ଅଭିଜିତ୍ ଆୟର ମିତ୍ର ଗିରଫ
ନୂଆଦିଲ୍ଲୀ:୨୦/୯ (ସକାଳଖବର): ଓଡିଶାର ଐତିହ ସଂସ୍କୃତି ଓ ଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଓଡ଼ିଆଙ୍କ ଭାବାବେଗ ସହିତ ଖେଳିବା ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଭାରି ପଡ଼ିଛି । ଗୁରୁବାର ଅଭିଜିତଙ୍କୁ ଦିଲ୍ଲୀ ନିଜାମୁଦ୍ଦିନ ଥାନା ପୁଲିସ ପ୍ରଥମେ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଜିତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସବଦରଜଙ୍ଗ ଡାକ୍ତରଖାନାକୁ ନିଆଯାଇଛି ପରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯିବ । ଏହା ପରେ ଓଡିଶା ପୁଲିସ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ବିଶ୍ୱ ପ୍ରସିଦ୍ଧ ସୂର୍ୟ୍ୟମନ୍ଦିର କାରୁକାର୍ୟ୍ୟ ଉପରେ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ । ଏହା ପରେ ପୁଣି ଥରେ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଜଗନ୍ନାଥ ପଶ୍ଚିମବଙ୍ଗର ଏବଂ ‘ଓରି ଶଳା’ରୁ ଓଡ଼ିଶା ଆସିଛି ବୋଲି କହିଥିଲେ । ତେବେ ଗତକାଲି ପୁଣି ଥରେ ଓଡ଼ିଶାର ବିଧାୟକଙ୍କୁ ବୋକା ବୋଲି କହିଥିଲେ