ମନୋହର ପାରିକରଙ୍କ ବିୟୋଗରେ ବିଜେପି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା

Mar 18, 2019 - 18:57
 174
ମନୋହର ପାରିକରଙ୍କ ବିୟୋଗରେ ବିଜେପି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର,୧୮/୩(ସକାଳଖବର): ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ବିୟୋଗ ସାରା ଦେଶବାସୀଙ୍କୁ ମର୍ମାହତ କରିଛିି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ସ୍ୱର୍ଗତଃ ପାରିକରଙ୍କ ଆତ୍ମାର ସଦ୍ଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ରାଜ୍ୟ ବିଜେପି ନେତୃବୃନ୍ଦ ସ୍ୱର୍ଗତଃ ପାରିକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତଃ ପାରିକର ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । କିନ୍ତୁ ସେଥିରେ ସେ ହାର ନ ମାନି ଏଭଳି ସଂକାଟପନ୍ନ ସମୟରେ ବି ନିଜର ଦୃଢ ମନୋବଳ ଯୋଗୁଁ ସେ ଅଫିସ ଯାଉଥିଲେ ଏବଂ ବିଧାନସଭା ଯାଇ ବଜେଟ୍ ମଧ୍ୟ ଉପସ୍ଥାପନ କରୁଥିଲେ । ସ୍ୱର୍ଗତଃ ପାରିକର କେନ୍ଦ୍ର ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ଥିବାବେଳେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଏପରି ଏକ ଜନନାୟକଙ୍କ ବିୟୋଗ ଦେଶବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନବରଙ୍ଗପୁରର ସାଂସଦ ବଳଭ୍ରଦ ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ , ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ବିରଚିଂ ନାରାୟଣ ତ୍ରିପାଠୀ, ଶ୍ରୀ ପ୍ରତାପ ମିଶ୍ର, ଶ୍ରୀ ଭୁବନାନନ୍ଦ ତ୍ରିପାଠୀ, ପଚାଂନନ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ସୁବାସ ଜେନା, ରାଜ୍ୟ କାର୍ଯ୍ୟାଳୟ ସଂପାଦକ ଦେବେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।