ନାଚଗୀତରେ ଝୁମିଲା ବିଜୁ ମଇଦାନ
ଅନୁଗୋଳ, ୩/୧୨(ସକାଳଖବର) ଅନୁଗୋଳ ବିଜୁ ମଇଦାନଠାରେ ଡ଼୍ରିମ ଫାଉଣ୍ସେନ ପକ୍ଷରୁ ପ୍ରଥମ ଅନୁଗୋଳ ଉକ୍ରର୍ଷ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟସଭା ସାଂସଦ ତଥା ପଦ୍ମ ବିଭୂଷଣ ପଣ୍ଡିତ ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଜି ନରସିଂହ ଭୋଳ, ଅତିରିକ୍ତ ଜିଲ୍ଳାପାଳ ତପନ ଶତପଥି, ନାଲକୋ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକରାଜକିଶୋର ମିଶ୍ର, ନାଲକୋ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଆଦିତ୍ୟ ବାହୀନୀର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଯୁବ ଓ ନବ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଲଲହଡ଼ା ବିଧାୟକ ମହେଶ ସାହୁ, ପ୍ରତାପ ପ୍ରଧାନ, ଆଶିଷ ଅଗ୍ରୱାଲ, ବାଲା ଗୋଛାୟତ, ସାଥୀ ପରିବାର, ବି.କେ. ଟ୍ରେଡ଼ର୍ସଆଦର୍ଶ ଗୃପ ଅଫ ଇନିଷ୍ଟିଚ୍ୟୁସନ, ପାର୍ବତି ହିରୋ, ରେଣୁବାଳା ସାହୁ, ଟି ସୌରୀ, ଦେବ ରଂଜନ ସାମଲ, ପଲକ ମହାପାତ୍ର, ଅନିଷା ସିହ୍ନା, ନାଲକୋ, ଲିପ୍ସା ବଳ, ସୁଦର୍ଶନ ମହାପାତ୍ର, ସୁଦୀପ ମିଶ୍ର ଓ ଏମସିଏଲକୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ତାଙ୍କ ଅନୁଦାନ ପାଣ୍ଠିରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଥୀ ପରିବାର ଓ ନକୁଳ ଚନ୍ଦ୍ର ଅନ୍ଧ ମୁକ ବଧିର ବିଦ୍ୟାଳୟକୁ ୧୦ ଲକ୍ଷ ଲେଖାଏଁ ଅନୁଦାନ ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଥିଳେ । ସଭାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଜୁ ମଇଦାନକୁ ଝୁମେଇ ଦେଇଥିଲା । କମେଡ଼ିଆନ ପ୍ରଜ୍ଞା ଖଟୁଆ, ଅଭିନେତ୍ରୀ ଶିବାନୀ, କଣ୍ଠଶିଳ୍ପୀ ତାରିକ ଅଜିଜଙ୍କ ସମେତ ବିଭିନ୍ନ ଗ୍ରୃପ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉଲ୍ଲାସ ବେହୁରା ଓ ଲିପସା ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ସୌରୀରଞ୍ଜନ ପଣ୍ଡା, ଜୟନ୍ତ କର, ଶୋଭାକାନ୍ତ ଦାସ, ସାଗର ସୌଭାଗ୍ୟ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।