ଭୁବନେଶ୍ୱର ଅପରେସନସ୍ ସେଂଟର ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Jul 9, 2018 - 17:56
 169
ଭୁବନେଶ୍ୱର ଅପରେସନସ୍ ସେଂଟର ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୯ ଜୁଲାଇ - ଭୁବନେଶ୍ୱରରେ ଟ୍ରାଫିକ୍ ବ୍ୟବସ୍ଥା , ପାର୍କିଂ, ଗମନାଗମନ,ବିପର୍ଯ୍ୟୟ ପରିଚାଳନା ଓ ଅତ୍ୟାବଶ୍ୟକ ସେବା ଆଦିକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜଧାନୀରେ ଭୁବନେଶ୍ୱର ଅପରେସନସ୍ ସେଂଟର ଉଦଘାଟିତ ହୋଇଯାଇଛି । ଶହୀଦନଗର ଠାରେ ଥିବା ଭବାନୀମଲ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସେଂଟରର ଶୁଭାରମ୍ଭ କରିଛନ୍ତି । ଏହି ସେଂଟର ଦ୍ୱାରା ରାଜଧାନୀର ପ୍ରମୁଖ ଜନଗହଳି ସ୍ଥାନରେ ଲୋକଙ୍କ ଗିତିବିଧି ଏବଂ ସମସ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ହଠାତ ରାଜଧାନୀର ଯେ କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ତୁରନ୍ତ ସେଠାରେ ଜରୁରୀ କାଳୀନ ସହାୟତା ଦଳ ପହଂଚିବା ପାଇଁ ନିଦେ୍ର୍ଧଶ ଦେବା ଠାରୁ ଅ ।ରମ୍ଭ କରି ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ । ୮୦ଫୁଟ ଚଉଡା ସହ ୭୦ ଇଂଚ ପ୍ୟାନେଲ ବିଶିଷ୍ଟ ୩୨ଟି ବିଶାଳ ୱାଲ ଭିଡିଓ ସେଟଅପ ଜରିଆରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସେବା ଯୋଗାଇବା ପାଇଁ ଏହି ଅପରେସନ ସେଂଟରରୁ ହିଁ ଅପରେଟ କରାଯିବ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଜରିଅ ।ରେ ଏହି କେଂଟ୍ରାଲ ରୁମରେ ବସି ଲୋକଙ୍କ ପ୍ରତ୍ୟେକ ଗିତିବିଧି ଉପରେ ନଜର ରଖାଯାଇପାରିବ । ଭୁବନେଶ୍ୱର ଅପରେସନ ସେଂଟରରେ ରାଜ୍ୟ ଓ କେନ୍ଦ୍ରର ପାଖାପାଖି ୨୦ରୁ ଅଧିକ କର୍ମ·ରୀ ନିୟୋଜିତ ହେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ଅନ୍ୟ ଅତିଥିଗଣଙ୍କ ମଧ୍ୟରେ ମାନ୍ୟବର ଜଳସମ୍ପଦ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡଃ ପ୍ରଶନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର(ମଧ୍ୟ) ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର ( ଉତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱର ମହାନଗର ନିଗମର ସ୍ଥାନୀୟ କର୍ପୋରେଟରଗଣ ଉପସ୍ଥିତ ରହିଥିଲେ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶହୀଦ ନଗରରେ ସ୍ମାର୍ଟ ପାର୍କ ଏବଂ ଏଜି ଛକ ଠାରେ ସୌର·ଳିତ ଆଡାଫ୍ଟିଡ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥାର ଉଦଘାଟନ କରିବା ସହ ଶହୀଦନଗର ଠାରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିର୍ମାଣ ହେବାକୁଥିବା ସ୍ୱତନ୍ତ୍ର ସେନସୋରୀ ପାର୍କ ଓ ବାପୁଜୀ ନଗରରେ ହେବାକୁଥିବା ସମନ୍ୱିତ ଜନସେବାକେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ।