ଭାରତ ଇତିହାସରେ ପ୍ରଥମ: ୧୨୦୦ କୋଟିର ଡ୍ରଗ୍ସ ଜବତ, ଦୁଇ ଗିରଫ

Sep 7, 2022 - 09:36
 38
ଭାରତ ଇତିହାସରେ ପ୍ରଥମ: ୧୨୦୦ କୋଟିର ଡ୍ରଗ୍ସ ଜବତ, ଦୁଇ ଗିରଫ
ନୂଆଦିଲ୍ଲୀ: ନିଶା ଅଭିଯାନ ବିରୁଦ୍ଧରେ ଦିଲ୍ଲୀ ପୋଲିସକୁ ବଡ ସଫଳତା । ଗତକାଲି ଦିଲ୍ଲୀର କାଲିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟ ମିଥାପୁର ଅଞ୍ଚଳରୁ ୩୧୨.୫ କେଜି ମିଥାମଫେଟାମାଇନ(ଡ୍ରଗ୍ସ ଏବଂ ୧୦ କେଜି ହେରୋଇନ ଜବତ ହୋଇଛି । ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୨୦୦ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୁଇ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ୨୩ ବର୍ଷୀୟ ମୁସ୍ତାଫା ଷ୍ଟାନିକଜା ଏବଂ ୪୪ ବର୍ଷୀୟ ରହିମୁଲ୍ଲା ରହିମ୍ । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏହି ଦୁଇ ଆଫଗାନିସ୍ତାନ ନାଗରିକ ୨୦୧୬ ମସିହାରୁ ଭାରତରେ ରହିଆସୁଥିଲେ । ବିଦେଶୀରୁ କାର୍ୟ୍ୟ କରୁଥିବା ଏକ ବଡ ଧରଣର ଡ୍ରଗ୍ସ ସିଣ୍ଡିକେଟ ଦିଲ୍ଲୀ ଦେଇ ବିପୁଳ ପରିମାଣର ଡ୍ରଗ୍ସ ଚାଲାଣ କରିବାକୁ ଯୋଜନା କରୁଥିବାର ପୋଲିସ ଖବର ପାଇଥିଲା । ଏହାପରେ ଏକ ଟିମ୍ ଗଠନ କରାଯାଇ ଦୁଇ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୧୨୦୦ କୋଟି ମୂଲ୍ୟର ୩୧୨.୫ କେଜି ମିଥାମଫେଟାମାଇନ ଡ୍ରଗ୍ସ ଜବତ ହୋଇଛି । ତେବେ ଏତେ ପରିମାଣର ମିଥାମଫେଟାମାଇନ ଡ୍ରଗ୍ସ ଜବତ ହେବା ଭାରତ ଇତିହାସରେ ପ୍ରଥମ ଘଟଣା ।