ବ୍ରଜ , ଖାରବେଳ ଗଢିଲେ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ

Jan 21, 2019 - 17:50
 137
ଭୁବନେଶ୍ୱର, ୨୧/୧(ସକାଳଖବର): ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ସରକାରକୁ କ୍ଷମତାରୁ ହଟାଇବା ପାଇଁ ଓଡିଶା ରାଜନୀତିରେ ଏକ ନୂଆ ସାମୁଖ୍ୟର ଅଭ୍ୟୁଦୟ ହୋଇଛି । ସମତା କ୍ରାନ୍ତି ଓ ଉକ୍ରଳ ଭାରତ ମେଂଟ କରିଛନ୍ତି । ଏହାର ନାମ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ । ଏହି ମେଂଟକୁ ଉଭୟ ବରିଷ୍ଠ ରାଜନେତା ଶ୍ରୀକାନ୍ତ ଜେନା ଓ ଦାମୋଦର ରାଉତ ସମର୍ଥନ ଜଣାଇଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ନିର୍ବାଚନ ପୂର୍ବରୁ ଏହି ନୂତନ ସାମୁଖ୍ୟ କ୍ଷମତାସୀନ ନବୀନ ସରକାର ବିରୁଦ୍ଧରେ ଲଢିବ । ଦୁର୍ନୀତିଗ୍ରସ୍ତ ବିଜୁ ଜନତା ଦଳ ସରକାରକୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ମୂଳ ଲକ୍ଷ୍ୟ ହେବ ବୋଲି ବ୍ରଜ ତ୍ରିପାଠୀ ଓ ଐର ଖାରବେଳ ସ୍ୱାଇଁ ପ୍ରକାଶ କରିଛନ୍ତି । ଶ୍ରୀ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ସାମୁଖ୍ୟରେ ସାମିଲ ହେବା ପାଇଁ ବୈଜୟନ୍ତ ପଣ୍ଡା , ଡା ଦାମୋଦର ରାଉତ ,ଓ ଶ୍ରୀକାନ୍ତ ଜେନାଙ୍କ ସହ କଥାବାର୍ତା ହୋଇଛି । ଅନ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି । ଅପରପକ୍ଷରେ ବରିଷ୍ଠ ନେତା ଡା. ଦାମୋଦର ରାଉତ କହିଛନ୍ତି ଯେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଯଦି କିଏ ଲଢିବାକୁ ଚାହୁଁଛନ୍ତି ତେବେ ସେ ତାଙ୍କୁ ନୈତିକ ସମର୍ଥନ କରୁଛନ୍ତି । ମାତ୍ର ସେଥିରେ ସେ ସାମିଲ ହେବେ ନାହିଁ ବୋଲି ଡା. ରାଉତ କହିଛନ୍ତି । ସେହିପରି ବିଜେପି ମୁଖପାତ୍ର କାଳନ୍ଦୀ ସାମଲ କହିଛନ୍ତି ଯେ ବିଜେଡି ବିରୋଧରେ ବିଜେପି ଏକମାତ୍ର ବିକଳ୍ପ । ବିଜେଡି ବିରୋଧୀ ସାମୁଖ୍ୟକୁ ତାଙ୍କ ଦଳ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୧୯ ବର୍ଷ ହେଲା ଓଡ଼ିଶାକୁ ଶାସନ କରୁଥିବା ବିଜୁ ଜନତା ଦଳ ଓଡ଼ିଶାକୁ ଦରିଦ୍ରରୁ ଦରିଦ୍ରତର କରିଛି । ଶିଳ୍ପ ପ୍ରତିଷ୍ଠା, ଉପôାଦନ ବୃଦ୍ଧି, ବେକାରୀ ଦୂରୀକରଣ, ସରକାରୀ ଅଫିସମାନଙ୍କରୁ ଲାଂଚ କାରବାର ହଟାଇବା, ଶିକ୍ଷା ବ୍ୟବସ୍ଥାର ମାନ ବୃଦ୍ଧି ଉପରେ କୌଣସି ଧ୍ୟାନ ନଦେଇ ଏ ସରକାର କେବଳ ବାଂଟିବା ଉପରେ ସବୁ କିଛି ଗୁରୁତ୍ୱ ଆରୋପ କରିଛି । ଓଡ଼ିଶା ରକାର ସଦାବେଳେ କେନ୍ଦ୍ର ସରକାରଙ୍କ ନିକଟରେ ହାତପାତି ଭିକ ମାଗୁଛନ୍ତି । ଓଡିÿଶାକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ ନକରିପାରି ପ୍ରତ୍ୟେକ ବର୍ଷ ଅତି କମରେ ଟ୬,୦୦୦ କୋଟି ଫେରସ୍ତ ଦେଉଛନ୍ତି । ପ୍ରତିଟି ସରକାରୀ ଅଫିସମାନଙ୍କରେ ଲାଂଚ କାରବାର ଚରମ ସୀମାରେ ପହଂଚିଲାଣି । ନାରୀ ଧର୍ଷଣରେ ଓଡ଼ିଶା କ୍ରମଶଃ କୁଖ୍ୟାତ ହୋଇପଡ଼ୁଛି । ଆଶ୍ରମ ବିଦ୍ୟାଳୟରେ ନାବାଳିକାମାନେ ମଧ୍ୟ ଗର୍ଭବତୀ ହେଉଛନ୍ତି । ଚିଟÿଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ଆଦିରେ ସରକାରୀ ଦଳର ବିଧାୟକ ଓ ସାଂସଦମାନେ ଗିରଫ ହେବା ଯୋଗୁଁ ସର୍ବ ଭାରତୀୟ ସ୍ତରରେ ଓଡ଼ିଶାର ମର୍ଯ୍ୟାଦାହାନୀ ହୋଇଛି । ଦୁର୍ବଳ ଅର୍ଥନୀତି ଯୋଗୁଁ ପିଠା ଓ କାଳିଆ ଯୋଜନା ପାଇଁ ଓଡିÿଶାର ଜରୁରୀ କାଳୀନ ପାଣ୍ଠି(କଂଟିଜେନସି ଫଣ୍ଡ)ରୁ ମଧ୍ୟ ସରକାର ଅର୍ଥ ଉଠାଇଲେଣି ଯାହା କୌଣସି ପୂର୍ବ ସରକାର ମଧ୍ୟ କରିନଥିଲେ ।