ବୈଜ୍ଞାନିକଙ୍କ ବଦଳି ଆଦେଶ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଦେ୍ର୍ଧଶ

Jun 12, 2018 - 18:29
 152
କଟକ, ୧୨ା୬(ସକାଳଖବର): ଭୁବନେଶ୍ୱର କେନ୍ଦ୍ରୀୟ ଭୂତଳ ଜଳ ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟରତ ବୈଜ୍ଞାନିକ(ସି) କ୍ଷୀରଶ୍ରୀ ମହାନ୍ତିଙ୍କ ବଦଳି ଆଦେଶ ଉପରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁ୍ୟନାଲ(କ୍ୟାଟ) ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କେନ୍ଦ୍ରୀୟ ଭୂତଳ ଜଳ ପରିଷଦ ଆଞ୍ଚଳିକ ଉପ ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବୈଜ୍ଞାନିକ(ସି) କ୍ଷୀରଶ୍ରୀ ମହାନ୍ତିଙ୍କୁ ବଦଳି କରିବା ନେଇ ଆଦେଶ ଆସିଥିଲା । ଏହି ଆଦେଶନାମାରେ ୩ଟି ପସନ୍ଦ ରଖାଯାଇଥିଲା । ଫଳରେ ଆବେଦନକାରିଣୀ ୩ଟି ପସନ୍ଦ ମଧ୍ୟରୁ ବାଙ୍ଗାଲୋର, ହାଇଦ୍ରାବାଦ ଓ କୋଲକତାକୁ ଚୟନ କରିଥିଲେ । ଏହି ସମୟ ମଧ୍ୟରେ ଆବେଦନକାରିଣୀ ମଧ୍ୟ ଫରିଦାବାଦସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଅଧ୍ୟକ୍ଷଙ୍କୁ ଏକ ନିବେଦନପତ୍ର ଲେଖି ବଦଳି ନକରିବା ପାଇଁ ଗୁହାରି କରିଥିଲେ । ସ୍ୱାମୀ ବିଦେଶରେ ରହୁଥିବାବେଳେ ଶାଶୁ ଓ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଦର୍ଶାଇ ଏହି ନିବେଦନପତ୍ର ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିବାବେଳେ ଏହାକୁ ଅଧ୍ୟକ୍ଷ ଗତ ମେ ମାସ ୫ତାରିଖରେ ଅଗ୍ରାହ୍ୟ କରିଦେଇଥିଲେ । ତେବେ ଆବେଦନକାରିଣୀଙ୍କୁ ପସନ୍ଦ ମୁତାବକ ସ୍ଥାନକୁ ବଦଳି କରାନଯାଇ ଗତ ଏପ୍ରିଲ ମାସ ୧୧ତାରିଖରେ ଛତିଶଗଡ଼ ରାୟପୁର କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା ।