ବୈଶ୍ବିକ ଅନିଶ୍ଚିତତା ସତ୍ତ୍ବେ ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଛି: ପ୍ରଧାନମନ୍ତ୍ରୀ ମୋଦୀ

Nov 2, 2022 - 06:34
 45
ବୈଶ୍ବିକ ଅନିଶ୍ଚିତତା ସତ୍ତ୍ବେ ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଛି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବୈଶ୍ବିକ ଅନିଶ୍ଚିତତା ସତ୍ତ୍ବେ ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବା କଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କର୍ଣ୍ଣାଟକରେ ଆୟୋଜିତ ‘ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ମିଟ୍‌’ର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ କହିଛନ୍ତି। ଭାରତକୁ ଉଜ୍ଜ୍ବଳ ଭବିଷ୍ୟତ ସ୍ଥାନ କହି ବୈଶ୍ବିକ ବିଶେଷଜ୍ଞମାନେ ପ୍ରଶଂସା କରୁଥିବା କଥା କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବେଙ୍ଗାଲୁରୁ ନଗରୀ ହେଉଛି ମେଧା ଓ ପ୍ରଯୁକ୍ତି ବିଦ୍ୟାର ହବ୍। ‘ଇନ୍‌ଭେଷ୍ଟ୍‌ କର୍ଣ୍ଣାଟକ ୨୦୨୨’ ନାମ ରଖାଯାଇଥିବା ଏହି ସମାରୋହର ଉଦ୍ଦେଶ୍ୟ ହେଉଛି, ଆଶାୟୀ ନିବେଶକମାନଙ୍କୁ ଆକର୍ଷିତ କରି ପରବର୍ତ୍ତୀ ଦଶନ୍ଧି ନିମନ୍ତେ ଉନ୍ନୟନ ଆଜେଣ୍ଡା ପ୍ରସ୍ତୁତି କରିବା।