ବେଜବରୁଆ ସ୍ମୃତି-କମିଟି ସଦସ୍ୟଙ୍କର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା

Aug 1, 2019 - 17:58
 173
ଭୁବନେଶ୍ୱର, ୧/୮(ସକାଳଖବର): ପ୍ରସିଦ୍ଧ ଅହମୀୟା ସାହିତି୍ୟକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରସ୍ଥ ବାସଗୃହ ଓ ସାଧନା ଗୃହର ପୁନରୁଦ୍ଧାର ପାଇଁ ଆସାମରେ କାର୍ଯ୍ୟରତ ବେଜବରୁଆ ସ୍ମୃତି-କମିଟିର ତିନିଜଣ ସଦସ୍ୟ ଆଜି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ତାଙ୍କର ବିଧାନସଭା କକ୍ଷରେ ସୌଜନ୍ୟମୂଳକ ସାକ୍ଷାତ କରି ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଇନ୍ଟାକ୍ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ତାଙ୍କ ପକ୍ଷରୁ ପ୍ରଥମ କିସ୍ତିରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ସେମାନେ ଏହା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ଅବଗତ କରାଇଥିଲେ । ପ୍ରସିଦ୍ଧ ଅହମୀୟା ସାହିତି୍ୟକ, ଆସାମ ଜାତୀୟ ସଙ୍ଗୀତର ରଚୟିତା ସ୍ୱର୍ଗତ ଲକ୍ଷ୍ମୀନାଥ ବେଜବରୁଆ ଆସାମରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ କର୍ମଭୂମି ଥିଲା ସମ୍ବଲପୁର । ପ୍ରାକ୍ ସ୍ୱାଧୀନତା କାଳରେ ସମ୍ବଲପୁରରେ ପ୍ରାୟ ୨୦ ବର୍ଷ ରହିବା ମଧ୍ୟରେ ସେହିଠାରେ ହିଁ ତାଙ୍କର ସୃଜନଶୀଳତାର ଉନ୍ମେଷ ଘଟିଥିଲା । ସମ୍ବଲପୁରର ମାଟି, ପାଣି, ପବନକୁ ନେଇ ସେ ସାହିତି୍ୟକ ସର୍ଜନାର ଉକ୍ରର୍ଷ ସ୍ତରରେ ପହଂଚି ପାରିଥିଲେ । ସେଥିପାଇଁ ଆସାମର ଜନତାଙ୍କ ପାଇଁ ସମ୍ବଲପୁର ଏକ ତୀର୍ଥଭୂମିରେ ପରିଣତ ହୋଇଛି । ସମ୍ବଲପୁରର ନେଲ୍ସନ ମାଣ୍ଡେଲା ଛକ ନିକଟରେ ତାଙ୍କର ଦୁଇଗୋଟି ଗୃହ ଯଥା ସାଧନା ଗୃହ ଓ ବାସଗୃହକୁ ବେଜବରୁଆ ମେମୋରିଆଲ୍ କରିବା ପାଇଁ ୨୦୧୭ ମସିହାରେ ଆସାମ ସଂସ୍କୃତି ମନ୍ତ୍ରୀ ଓ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ମିଡ଼ିଆ ଆଡ୍ଭାଇଜର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାକ୍ଷାତ-ଆଲୋଚନା କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ଓ ଅବିକଳ ପୁରୁଣା ଢାବାରେ ଦୁଇଟି ଗୃହକୁ ପୁନରୁଦ୍ଧାର କରିବା ପାଇଁ ଇନ୍ଟାକ୍କୁ ନିଦେ୍ର୍ଧଶ ଦେଇଥିଲେ ।