ଉକ୍ରଳ ସାହିତ୍ୟ ସମାଜ ଭଦ୍ରକ ଜିଲ୍ଲା ଶାଖା ଉଦ୍ଘାଟିତ

Apr 22, 2018 - 11:58
 173
କଟକ,୨୨/୪: ଉକ୍ରଳ ସାହିତ୍ୟ ସମାଜର ଭଦ୍ରକ ଜିଲ୍ଲା ଶାଖାର ଉଦ୍ଘାଟନ ସମାରୋହ ମହେନ୍ଦ୍ରଭବନର ବିବେକାନନ୍ଦ ପାଠଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଉଦ୍ଘାଟନ କରି ବିଶିଷ୍ଟ ସାରସ୍ୱତ ସାଧକ ପ୍ରେ‘ସର ବୈଷ୍ଣବ ଚରଣ ସାମଲ ଓଡ଼ିଆ ସାହିତ୍ୟର ବୈଚିତ୍ର୍ୟମୟ ସମୃଦ୍ଧ ପରମ୍ପରା ଓ ବର୍ତ୍ତମାନ ସମୟରେ ଭାଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ ଭଦ୍ରକର ସାରସ୍ୱତ ଐତିହ୍ୟ ଓ ଉକ୍ରଳ ସାହିତ୍ୟ ସମାଜର ଭୂମିକା ଉପରେ ନିଜର ଦୃଷ୍ଟିକୋଣ ଉପସ୍ଥାପିତ କରିଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅ୍ମକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସାରସ୍ୱତ ସାଧକ ବ୍ରଜମୋହନ ମିଶ୍ର ଓ ଦିଗମ୍ବର ମହାନ୍ତି ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଭାଷାସାହିତ୍ୟର ସୁରକ୍ଷା ପାଇଁ ଉକ୍ରଳ ସାହିତ୍ୟ ସମାଜ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଉତ୍ସବରେ ‘ଓଡ଼ିଆ ସାହିତ୍ୟକୁ ଭଦ୍ରକ ଜିଲ୍ଲାର ଦାନ’ ସଂପର୍କରେ ପ୍ରବନ୍ଧ ଉପସ୍ଥାପିତ କରିଥିଲେ ଡକ୍ଟର ନରହରି ବେହେରା । ଏହି ଅବସରରେ ସାରସ୍ୱତ ସାଧକ ଶୈଳେନ୍ଦ୍ର ମହାପାତ୍ର ଓ ଡକ୍ଟର ରାଧାବିନୋଦ ନାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନିଜର ବକ୍ତବ୍ୟ ପ୍ରଦାନ କରିଥିରେ ଅନୁଷ୍ଠାନର ବର୍ଷିୟାନ ସଭ୍ୟ ବରଦାପ୍ରସନ୍ନ ପଟ୍ଟନାୟକ । ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ ଓ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସ୍ୱାଗତ ଓ ଅତିଥି ପରିଚୟ କରିଥିଲେ । ମାନପତ୍ର ପାଠ କରିଥିଲେ ଭରତ ଚନ୍ଦ୍ର ଦାଶ ଓ କାର୍ଯ୍ୟନିର୍ବାହିକା ସମିତିର ସଭ୍ୟ ରାଜୀବ କୁମାର ଷଡ଼ଙ୍ଗୀ । ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମ୍ମରେ ଅନୁଷ୍ଠାନର କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ତରୁଣ କୁମାର ସାହୁ, ବ୍ରହ୍ମାନନ୍ଦ