ସିଏଜି ଭାବେ ଦାୟିତ୍ୱ ନେଲେ ଗିରିରାଜ ପ୍ରସାଦ ଗୁପ୍ତା

Aug 1, 2019 - 17:58
 158
ନୂଆଦିଲ୍ଲୀ , ୧/୮(ସକାଳଖବର): ଗିରିରାଜ ପ୍ରସାଦ ଗୁପ୍ତା ଆଜି ନୂଆଦିଲ୍ଲୀଠାରେ ମହାଲେଖା ନିୟନ୍ତ୍ରକ (ସଏଜି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଗୁପ୍ତା ହେଉଛନ୍ତି ୧୯୮୩ ବ୍ୟାଚ ଭାରତୀୟ ସିଭିଲ ଆକାଉଂଟ ସେବା (ଆଇସିଏଏସ) ଅଧିକାରୀ । ସେ ଅଗଷ୍ଟ ୧ରୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରେ ମହାଲେଖା ନିୟନ୍ତ୍ରକ ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ନେଇ ତାଙ୍କର ଅନେକ ଅଭିଜ୍ଞତା ରହିଛି । କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି), ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟରେ ଅନେକ ଉଚ୍ଚ ପଦବୀରେ ସେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଜାତୀୟ ଆର୍ଥôକ ପ୍ରବନ୍ଧନ ପ୍ରତିଷ୍ଠାନ (ଏନଆଇଏଫଏମ), ଫରିଦାବାଦର ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରିଥିଲେ । ପୂର୍ବରୁ ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଭାବେ ସେ ସାର୍ବଜନୀନ ଆର୍ଥିକ ପରିଚାଳନା ପଦ୍ଧତି (ପିଏଫଏମଏସ) ବିକାଶ ଓ ପରିଚାଳନାରେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ । ଯାହାକୁ କି ପ୍ରତ୍ୟକ୍ଷ ଲାଭାଂଶ ହସ୍ତାନ୍ତରଣ (ଡିବିଟି) ପାଇଁ ଭାରତ ସରକାରଙ୍କ ଆର୍ଥିକ ପରିଚାଳନା ବ୍ୟବସ୍ଥାର ପ୍ରମୁଖ ଭିତିଭୂମି ଭାବେ ଗ୍ରହଣ କରାଯାଇଥାଏ । ଶ୍ରୀ ଗୁପ୍ତା ମଧ୍ୟ ଭୁଟାନରେ ମେଗା ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପର ନିଦେ୍ର୍ଧଶକ (ଆର୍ଥିକ) ଭାବେ କାର୍ଯ୍ୟ କରିଥିଲେ ।