ବୃଦ୍ଧି ପାଉଥିବା ଯୈ÷ାନ ଶୋଷଣକୁ ନେଇ ଡିଜିଙ୍କ ଉଦ୍ବେଗ

Apr 26, 2018 - 07:04
 178
ବୃଦ୍ଧି ପାଉଥିବା ଯୈ÷ାନ ଶୋଷଣକୁ ନେଇ ଡିଜିଙ୍କ ଉଦ୍ବେଗ
କଟକ, ୨୫/୪ ମହିଳା ଓ ନାବାଳିକାଙ୍କ ଉପରେ ହେଉଥିବା ଯୈ÷ାନ ଶୋଷଣ ଓ ଅତ୍ୟାଚାର ବୃଦ୍ଧି ପାଉଥିବାରୁ ପୁଲିସ ମହାନିଦେ୍ର୍ଧଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦବେଗ ପ୍ରକାଶ କରିବା ସହ ତ୍ୱରି୍ତ ପଦକ୍ଷେପ ନେବାକୁ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତେବେ ତଦନ୍ତକାରୀ ଅଧିକାରୀଙ୍କ ସଠିକ୍ ତଦନ୍ତ ପାଇଁ ଦଣ୍ଡିତ ହାର୍ ଚଳିତବର୍ଷ ୩୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୭ରେ ଦଣ୍ଡିତ ହାର୍ ମାତ୍ର ୧୭ ପ୍ରତିଶତ ଥିଲା । ଶିଶୁମାନଙ୍କ ଉପରେ ହେଉଥିବା ଯୈ÷ାନ ଶୋଷଣ ମାମଲାଗୁଡିକରୁ ୯୨.୫ ପ୍ରତିଶତ ଘଟଣାରେ ଅଭିଯୁକ୍ତ ପୀଡିତାଙ୍କ ସଂପର୍କୀୟ ବା ଜଣାଶୁଣା ବ୍ୟକ୍ତିବିଶେଷ । ବୃଦ୍ଧି ପାଉଥିବା ଏହିଭଳି ମାମଲା ସଭ୍ୟ ସମାଜ ପାଇଁ ଲଜ୍ଜାଜନକ ବୋଲି ଡିଜିପି କହିଛନ୍ତି । ୭୦ ପ୍ରତିଶତ ଘଟଣାରେ ଅଭିଯୁକ୍ତମାନଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରାଯାଇପାରିଛି । ଏହାକୁ ରୋକିବା ପାଇଁ ଜନ ସଚେତନତା ସହ ପୁଲିସ, ପ୍ରଶାସନିକ ସଂସ୍ଥା, ବେସରକାରୀ ସଂସ୍ଥା, ପ୍ରାଥମିକ ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକଙ୍କ ସମେତ ସମସ୍ତ ବର୍ଗର ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଲିଖିତ ହେଉ ବା ମୈାଖିକ ଅଭିଯୋଗ ଆସିବା କ୍ଷଣି ପ୍ରତ୍ୟେକ ଥାନା କୈାଣସି ପରିସରକୁ ହିସାବକୁ ନ ନେଇ ମାମଲା ରୁଜୁ କରିବା, ଡାକ୍ତରୀ ମାଇନା କରିବା, ୨୪ ଘଂଟା ମଧ୍ୟରେ ଉଭୟ ସିଆରପିସି ୧୬୧ ଓ ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ କରାଇବା, ତଦନ୍ତ ପ୍ରକ୍ରିୟାକୁ କ୍ଷୀପ୍ର କରାଇବା ଓ ଅଭିଯୁକ୍ତକୁ ଗିରଫ କରିବାକୁ ଡିଜିପି ନିଦେ୍ର୍ଧଶାବଳୀ ଜାରି କରିଛନ୍ତି । ପୋକ୍ସୋ ନିୟମାନୁଯାୟୀ ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ବିଚାର ପ୍ରକ୍ରିୟା ୧ ବର୍ଷ ମଧ୍ୟରେ ଶେଷ ହେବା କଥା । ତଦନ୍ତକାରୀ ଅଧିକାରୀ ଓ ତଦାରଖକାରୀ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ତ୍ୱରିତ୍ ପଦକ୍ଷେପ ନେବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।