ପ୍ରତିରୋପଣ ହେଲା ଲିଙ୍ଗ ସହ ଅଣ୍ଡକୋଷ

Apr 26, 2018 - 07:06
 198
ବଲଟିମୋର,୨୬/୪: ଚିକତ୍ସା ବିଜ୍ଞାନରେ ବିରଳ ଅସ୍ତ୍ରୋପଚାର । ଦୁନିଆ ଦେଖିଲା ଶଲ୍ୟ ଚିକିତ୍ସାରେ ନୂଆ ଯାଦୁକରୀ । ଯୁଦ୍ଧରେ ଆହତ ହୋଇ ଅତି ବିଭତ୍ସ ଭାବେ ନିଜ ଯୌନାଙ୍ଗ ହରାଇଥିବା ଜଣେ ସୈନିକଙ୍କଠାରେ ୧୪ ଘଣ୍ଟାର ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଯୌନାଙ୍ଗ ପ୍ରତିରୋପଣ ସ୍ଥାନୀୟ ଜନ୍ସ ହପକିନ ଡ଼ାକ୍ତରଖାନାରେ କରାଯାଇଛି । କେବଳ ଲିଙ୍ଗ ନୁହେଁ ସଂପୃକ୍ତ ବ୍ୟକ୍ତିଙ୍କଠାରେ ଅଣ୍ଡକୋଷ ଓ ତଳିପେଟର କିଛି ମାଂସଳ ଅଂଶ ମଧ୍ୟ ପ୍ରତିରୋପଣ କରାଯାଇଛି । ଏକ ବିସ୍ପୋରଣରେ ସଂପୃକ୍ତ ସୈନିକ ଆହତ ହୋଇଥିଲେ । ଏହି ଅସ୍ତ୍ରୋପଚାର କାର୍ଯ୍ୟରେ ୯ ଜଣ ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସକ ଓ ୨ ଜଣ ମୂତ୍ରଶଲ୍ୟ ଚିକିତ୍ସକ ସାମିଲ ଥିଲେ । ପ୍ରତିରୋପଣ ପାଇଁ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ କରାଯାଇଥିଲା । ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିବାରୁ ଡ଼ାକ୍ତରୀ ଦଳ ପୂର୍ବରୁ ମୃତ ଶରୀରଠାରେ ଏଥିପାଇଁ ଏକାଧିକ ଥର ଅଭ୍ୟାସ କରିଥିଲେ । ଏହି ଅସ୍ତ୍ରୋପଚାର ପରେ ତାଙ୍କା ଯୌନାଙ୍ଗ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଆଶାପ୍ରକାଶ କରିଛନ୍ତି ଡ଼ାକ୍ତରୀ ଦଳର ମୁଖ୍ୟ ଆଣ୍ଡ୍ରିୱି ଲି ।