ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

Jun 28, 2022 - 05:48
 57
ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା
ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡରେ ହାତୀ ଉପଦ୍ରବ। ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଆଜି ଭୋର ସମୟରେ ହିନ୍ଦୋଳ ବନାଞ୍ଚଳର ବମ୍ପା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଏକ ଦନ୍ତାହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଛି । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ବମ୍ପା ଗ୍ରାମର ଶରତ ପଲେଇ ଆଜି ଭୋର ସମୟରେ ସ୍କୁଲ ପଛପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଶରତ ଗାଁ ସ୍କୁଲ ପାଖକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଶରତ ଚିତ୍କାର ଶୁଣି ଗ୍ରାମବାସୀ ପଳାଇଆସିବାରୁ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି । ହିନ୍ଦୋଳ ବନ କର୍ମଚାରୀ ମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।