ବୀରଚକ୍ରରେ ସମ୍ମାନିତ ହେଲେ ଅଭିନନ୍ଦନ

Nov 22, 2021 - 06:39
 101
ବୀରଚକ୍ରରେ ସମ୍ମାନିତ ହେଲେ ଅଭିନନ୍ଦନ
ନୂଆଦିଲ୍ଲୀ: ବୀରଚକ୍ରରେ ସମ୍ମାନିତ ହେଲେ ବାଲକୋଟ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନ । ନିଜର ସାହାସିକତା କାର୍ଯ୍ୟ ପାଇଁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରିଛିନ୍ତ । ୨୦୧୯ ଫେବୃଆରୀ ୨୭ ତାରଖରେ ସାହସିକତା ଦେଖାଇଥିଲେ ଅଭିନନ୍ଦନ । ନିଜର ଅଦମ୍ୟ ସାହାସ ବଳରେ ପାକିସ୍ଥାନର ଲଢୁଆ ବିମାନକୁ ମାରି ଅଭିନନ୍ଦନ ତଳକୁ ଖସାଇ ଦେଇଥିଲେ । ସୂଚନା ଥାଉକି, ପୁଲୱାମାରେ ପାକ୍ ଆତଙ୍କୀ ସଂଗଠନ ଜୈଶ-ଇ ମହମ୍ମଦର ଆତଙ୍କୀ ସିଆର୍‌ପିଏପ୍‌ ଯାଉଥିବା ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା। ଏଥିରେ ଅଭିନନ୍ଦନ ବର୍ତ୍ତମାନଙ୍କୁ ତାଙ୍କ ବୀରତ୍ୱ ପାଇଁ ସାରା ଦେଶରେ ପ୍ରଶଂସା କରାଯାଇଥିଲା।