ପାଓାର ଏମ୍ପ୍ଲୋଇଜ ସଂଘର କର୍ମୀ ସମ୍ମୀଳନୀ ଅନୁଷ୍ଠିତ

Jul 27, 2018 - 18:37
 152
ପାଓାର ଏମ୍ପ୍ଲୋଇଜ ସଂଘର କର୍ମୀ ସମ୍ମୀଳନୀ ଅନୁଷ୍ଠିତ
ବାରିପଦା,୨୭/୭ (ସକାଳଖବର): ବାରିପଦା ପାଓାର ଏମ୍ପ୍ଲୋଇଜ ସଂଘ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ସଂଘ କର୍ମଚାରୀ ମାନଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଓଡିଶା ବିଧାନ ସଭା ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରାଯାଇଥିଲା । ପୂର୍ବରୁ ମୟୁରଭଞ ଜିଲା ଗ୍ରାହକ ଏବଂ ବିଦ୍ୟୁତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା କୁନେଇ ଉପବାଚସ୍ପତି ଶ୍ରୀ ମାରାଣ୍ଡି ବିଧାନସଭା ଗୃହରେ କରିଥିବା ଉଛସ୍ତରୀୟ ବୈଠକର ପୁନଃ ସମୀକ୍ଷା କରିବେ ଏବଂ କାର୍ଯ୍ୟଗୁଡିକୁ ତୁରନ୍ତ ସମାଧାନ କରିବେ ବୋଲି କର୍ମଚାରୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।ଏହି ଅବସରରେ ସଂଘର ସାଧାରଣ ସଂପାଦକ ତାରକାନ୍ତ ପଟ୍ଟନାୟକ ବାରିପଦା ସର୍କଲର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ । ନୂତନ କର୍ମକର୍ତ୍ତାମାନେ ହେଲେ ସଭାପତି ସୁବ୍ରମଣ୍ୟମ ମହାନ୍ତି , ଉପଦେଷ୍ଟା ନୃସିଂହ ଚରଣ ପଣ୍ଡା, ସହ ସାଧାରଣ ସଂପାଦକ ଜ୍ୟୋତିକୃଷ୍ନ ବେହେରା ,ଡିଭିଜନାଲ ସେକ୍ରେଟେରୀ ଚନ୍ଦନ କୁମାର ମହାନ୍ତି, ଯୁଗ୍ମ ସଂପାଦକ କରୁଣାକର ପତି ଓ ମାନସ ରଞନ ଶୁକ୍ଲା ,ଡିଭିଜନାଲ ଅର୍ଗାନାଇଜର ଦେବାଶିଷ ବେହେରା ,ସହ ଡିଭିଜନାଲ ସେକ୍ରେଟେରୀ ଜ୍ଞାନରଞନ ପରିଡା ଓ କୋଷାଧ୍ୟକ୍ଷ ମନୋଜ କୁମାର କଲିଆ ପ୍ରମୁଖ ।