ମନ୍ତ୍ରୀ ପ୍ରତାପ ଜେନଙ୍କୁ କଳା ପତାକା ପ୍ରଦର୍ଶନ

Nov 22, 2021 - 06:41
 69
ମନ୍ତ୍ରୀ ପ୍ରତାପ ଜେନଙ୍କୁ କଳା ପତାକା ପ୍ରଦର୍ଶନ
ଫୁଲବାଣୀ : ମମିତା ମେହେର ହତ୍ୟା ମାମଲାରେ ଏଯାଏ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର କରାଯାଇନଥିବାରୁ ଓ ଘଟଣାର ସିବିଆଇ ତଦନ୍ତ ଦାବି ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଉଠୁଛି ପଡୁଛି ରାଜ୍ୟ । ଏହି ଘଟଣାରେ ଓଡିଶାରେ ଜୋର ଧରିଛି ରାଜନୀତି । ବିରୋଧୀଙ୍କ ପକ୍ଷରୁ ରାଜ୍ୟର ବିଭନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବନ୍ଦ ଡାକରା ମଧ୍ୟ ପାଳନ କରାଯାଉଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ପାଇଁ କନ୍ଧମାଳ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପଂଚାୟତିରାଜ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ଏହାରି ଭିତରେ ଫୁଲବାଣୀର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫୁଲବାଣୀର ମାଦିକୁଦ ଛକଠାରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରି ବିରୋଧ କରାଯାଉଥିବାବେଳେ ନାରାୟଣୀପୁର ଛକଠାରେ କଂଗ୍ରେସ୍ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ତେବେ ଘଟଣା ସ୍ଥଳରେ ଉଭୟ ଦଳର କର୍ମୀଙ୍କୁ ପୋଲିସ୍ ଗିରଫ କରିଛି ।