ବିଷାକ୍ତ ମଦ ପିଇ ୧୨ ମୃତ

Jul 26, 2022 - 06:19
 48
ବିଷାକ୍ତ ମଦ ପିଇ ୧୨ ମୃତ
ଗାନ୍ଧୀନଗର: ଗୁଜରାଟରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଆହୁରି ୨୪ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟର ବୋଟାଦ ଜିଲ୍ଲାରେ ୮ ଓ ଅହମ୍ମଦାବାଦ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ବିଷାକ୍ତ ମଦ ପିଇ ରୋଜିନ୍ଦ, ଅଣିୟାଣି, ଆକରୁ, ଚନ୍ଦରବା ଓ ଉଞ୍ଚଡି ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି । ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଜିଲ୍ଲା ପରସ୍ପର ସୀମାକୁ ଲାଗିଥିବାରୁ ଗୋଟିଏ ସ୍ଥାନରୁ ହିଁ ଏହି ମଦ ଯୋଗାଣ ହୋଇଥିବାର ପୁଲିସ ସନ୍ଦେହ କରୁଛି । ପୁଲିସ ଡିଜି ଆଶିଷ ଭାଟିଆ କହିଛନ୍ତି ଯେ ବିଷାକ୍ତ ମଦ ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ରବିବାର ରାତିରେ ସେମାନେ ଏହି ମଦ କିଣି ପିଇଥିଲେ । ସୋମବାର ସକାଳୁ ସେମାନେ ଅସୁସ୍ଥ ହୋଇପଡିଥିଲେ ।