ବିବାହ ବିଛେଦ ପରେ ଯନ୍ତ୍ରଣା ବଖାଣିଲେ ରାଖୀ ସାୱନ୍ତ
ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ରାଖୀ ସାୱନ୍ତ ତାଙ୍କ ସ୍ୱାମୀ ରିତେଶଙ୍କଠାରୁ ଅଲଗା ହେବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ରାଖୀ ସୋସିଆଲ ମିଡିଆରେ ଏକ ଲମ୍ବା ଏବଂ ପ୍ରଶସ୍ତ ନୋଟ୍ ଲେଖିଥିଲେ ଯେ, ରିତେଶଙ୍କ ସହ ବିବାହ ବିଛେଦ ହୋଇଛି । ବର୍ତ୍ତମାନ ଏକ ସାକ୍ଷାତକାରରେ ରାଖୀ ଏ ବିଷୟରେ ବହୁତ କିଛି କହିଛନ୍ତି ।
ରାଖୀ ସାକ୍ଷାତକାର କହିଛନ୍ତି ଯ, ‘ସେ ମୋତେ ଛାଡ଼ି ଚାଲିଗଲେ । ମୁଁ ତାଙ୍କୁ ବହୁତ ଭଲ ପାଉଥିଲି ଏବଂ ସେ ମୋତେ ଛାଡି ଚାଲିଗଲେ । ବିଗ୍ ବସ୍ ପରେ ଆମେ ମୁମ୍ବାଇରେ ମୋ ଘରେ ଏକାଠି ରହୁଥିଲୁ କିନ୍ତୁ ଦିନେ ରିତେଶ ହଠାତ୍ ବ୍ୟାଗ୍ ପ୍ୟାକ୍ କରି ଚାଲିଗଲେ । ସେ କହିଛନ୍ତି ଯେ ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ନ ଥିବାରୁ ସେ କିଛି ଆଇନଗତ ଅସୁବିଧାରେ ଅଛନ୍ତି ।
ବର୍ତ୍ତମାନ ସେ ମଧ୍ୟ ମୋ ସହ ରହିବାକୁ ଚାହୁଁନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟବସାୟରେ ସେ ବହୁତ କ୍ଷତି ସହିଛନ୍ତି ଏବଂ ବହୁ ଅର୍ଥ ହରାଇଛନ୍ତି । ରାଖୀ କହିଛନ୍ତି ଯେ ବିଗ୍ ବସ୍ ଘରୁ ବାହାରକୁ ଆସିବା ପରେ ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ତାଙ୍କର ପତ୍ନୀ ଏବଂ ସନ୍ତାନ ଅଛନ୍ତି, ସେତେବେଳେ ମୋର ହୃଦୟ ଭାଙ୍ଗିଗଲା । ମୁଁ କୌଣସି ମହିଳା କିମ୍ବା ପିଲାଙ୍କ ପ୍ରତି ଅନ୍ୟାୟ କରିପାରିବି ନାହିଁ ।
ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ସେ ମୋତେ ଛାଡିଛନ୍ତି ଏବଂ ଜୀବନରେ ସବୁକିଛି ଶେଷ ହୋଇଛି । ରିତେଶଙ୍କ ସହ ତାଙ୍କ ପ୍ରେମ କାହାଣୀ ବିଷୟରେ ରାଖୀ ଆହୁରି କହିଛନ୍ତି, ‘ଆମେ ହ୍ୱାଟସ୍ ଆପ୍ ଜରିଆରେ ୬ ମାସ ଚାଟ୍ କରିଥିଲୁ । ରିତେଶ ମୋତେ ତାଙ୍କ ଅବସ୍ଥାନ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ସବୁକିଛି ପଠାଇଥିଲେ ।
ଯେଉଁଥିପାଇଁ ମୋତେ ତାଙ୍କ ଉପରେ ବିଶ୍ୱାସ ବଢିଥିଲା । ତା’ପରେ ସେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଲେ, ମୁଁ ତିନି ବର୍ଷ ପୂର୍ବେ ବିବାହ କରିଥିଲି । ଯଦି ସେ ଛାଡପତ୍ର ଦିଅନ୍ତି, ସେ ମୋ ପାଖକୁ ଫେରିବାକୁ ଚାହାଁନ୍ତି, ତେବେ ମୁଁ ତାଙ୍କୁ ଅପେକ୍ଷା କରି ରହିବି ।