ବିଧାନସଭାରେ ଉଠିଲା ଗାନ୍ଧୀ ମାର୍ଗରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରସଙ୍ଗ: ବିରୋଧୀଙ୍କ ହଟ୍ଟଗୋଳ

Nov 28, 2022 - 06:16
 50
ବିଧାନସଭାରେ ଉଠିଲା ଗାନ୍ଧୀ ମାର୍ଗରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରସଙ୍ଗ: ବିରୋଧୀଙ୍କ ହଟ୍ଟଗୋଳ
ଭୁବନେଶ୍ବର: ବିଧାନସଭାରେ ବିଜେପି ଓ କଂଗ୍ରେସର ସଦସ୍ୟମାନେ ହଟ୍ଟଗୋଳ କରିବାରୁ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ ହୋଇଛି। ଆଜି ପ୍ରଶ୍ନକାଳରେ ଗାନ୍ଧୀ ମାର୍ଗରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରସଙ୍ଗ ଉଠିଥିଲା। ଗୃହର ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହୋହଲ୍ଲା, ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରବାଜି କରିଛନ୍ତି। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବାହ୍ନ ୧୧ଟା ୩୦ ଯାଏ ଗୃହ ମୁଲତବୀ କରିଛନ୍ତି।