ପ୍ରଶଂସକଙ୍କ ପାଇଁ ଖୁସି ଖବର: ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥା

Aug 12, 2022 - 10:06
 45
ପ୍ରଶଂସକଙ୍କ ପାଇଁ ଖୁସି ଖବର: ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥା
ନୂଆଦିଲ୍ଳୀ: ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର। ରାଜୁ ଶ୍ରୀବାସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁନି ବୋଲି ଖବର ହସ୍ତଗତ ହେବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ପଡ଼ିଥିବେ ନିଶ୍ଚୟ। ମାତ୍ର ଏବେ ଦିଲ୍ଲୀ ଏମ୍ସରୁ ଖବର ମିଳିଛି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ପୂର୍ବାପେକ୍ଷା ତାଙ୍କ ଶରୀରରେ ଚିକିତ୍ସାର ପ୍ରଭାବ ଦେଖା ଦେଉଛି ବୋଲି ତାଙ୍କର ଚିକିତ୍ସା କରୁଥିବା ଏମ୍ସର ଡାକ୍ତରୀ ଦଳଙ୍କ ପକ୍ଷରୁ ସୂଚନା ମିଳିଛି। ଆଜି ସକାଳୁ ଖବର ଆସିଥିଲା ଯେ ରାଜୁଙ୍କ ବ୍ରେନ୍‌ ଗୁରୁତର ଭାବେ ଡ୍ୟାମେଜ୍‌(କ୍ଷତାକ୍ତ) ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଏବେ ପର୍ଯ୍ୟନ୍ତ ବି ତାଙ୍କର ଚେତା ଫେରିନାହିଁ ବୋଲି। ମାତ୍ର ଏବେ ତାଙ୍କ ଶାଳୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି କି ତାଙ୍କ ଅବସ୍ଥା ଧୀରେ ଧୀରେ ଭଲ ଆଡ଼କୁ ଗତି କରୁଛି। ଆଜି ସକାଳୁ ତାଙ୍କର ଚିକିତ୍ସା କରୁଥିବା ଏମ୍ସର ଡାକ୍ତରୀ ଦଳ କହିଥିଲେ, ‘ତାଙ୍କ ଅବସ୍ଥା ହସ୍ପିଟାଲ୍‌ରେ ଭର୍ତ୍ତି ହେବା ବେଳଠାରୁ ସ୍ଥିର ରହିଛି। ତାଙ୍କ ଅବସ୍ଥାରେ ସେପି କୌଣସି ସୁଧାର ଆସୁନାହିଁ କି କୌଣସି ବିପଦ ବି ପରିଲକ୍ଷିତ ହୋଇନାହିଁ।’