ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୨୭/୭ (ସକାଳଖବର): ଓଡିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ, ପୁରୀ ଜିଲ୍ଲାର ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ , ସାର୍ବଜନୀନ ପାଠାଗାର ନିଦେ୍ର୍ଧଶକ ପଦବୀ ସୃଷ୍ଟି ଓ କଟକସ୍ଥିତ ନେତାଜୀ ମ୍ୟୁଜିୟମ ପରି ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ ଗଠନ କରିବାପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସଚିବାଳୟ ଠାରେ ଐତିହ୍ୟ କ୍ୟାବିନେଟ୍ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକ ପରେ କ୍ୟାବିନେଟ୍ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ନିଷ୍ପତି ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଗତ ଡିସେମ୍ବର ୨୬ ,୨୦୧୭ରିଖରେ ପୁରୀଠାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ଙ୍କ ଐତିହାସିକ ନିଷ୍ପତିର ଫଳଶ୍ରୁତି ସ୍ୱରୂପ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ନୂତନ ବିଭାଗ ଭାବରେ ଗଠିତ ହୋଇଛି । ଏହି କ୍ୟାବିନେଟ୍ଙ୍କ ଅନ୍ୟ ଏକ ଅଭିନବ ନିଷ୍ପତି ହେଉଛି ଐତିହ୍ୟ କ୍ୟାବିନେଟ୍ ଗଠନ । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ଏହି ନିଷ୍ପତି ନିଆଯାଇଛି ।
ଓଡିଆ କଳା, ସଂସ୍କୃତି ଓ ଶାସ୍ତ୍ରୀୟ ଓଡିଆ ଭାଷାର ରକ୍ଷଣାବେକ୍ଷଣ ତଥା ପ୍ର·ର ପ୍ରସାର ନିମନ୍ତେ ଏକ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନର ଆବଶ୍ୟକତା ଉପଲବ୍ଧି କରାଯାଇ ଓଡିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତି କରଯିବ । ସଂସ୍କୃତି ବିଭାଗ ଏହି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବେ । ଲଳିତ କଳା , ଚାରୁ କଳା , ଓଡିଶାର ମନ୍ଦିର , ଜୈନ ଓ ବୁଦ୍ଧ କିର୍ତୀରାଜି , ଜଗନ୍ନାଥ ସଂସ୍କୃତି ପରମ୍ପରା , ଜନଜାତିଙ୍କ କଳାସଂସ୍କୃତି ଓ ନୃତ୍ୟର ରକ୍ଷଣାବେକ୍ଷଣା ପାଇଁ ନୀତି ପ୍ରଣୟନ ହେବ ।
ସେହିପରି ପଂଚସଖାଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରୀର ସତ୍ୟବାଦୀ ବକୁଳବନ ଠାରେ ୨୫ ଏକର ଜାଗାରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଏହି ସ୍ଥାନ ନିରୂପଣ କରିବାପାଇଁ ସଂସ୍କୃତି ବିଭାର ଏକ ଟିମ୍ ସେଠାକୁ ଗସ୍ତ କରି ରିପୋର୍ଟ ଦେବା ପରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ । ଅପରପକ୍ଷରେ ଓଡିଶାରେ ବର୍ତମାନ ପାଠାଗାର ସଂଖ୍ୟା ବୃଦ୍ଧି ପାଇଛି । ସେହି ଦୃଷ୍ଟିରୁ ସେଗୁଡିକର ପରିଚାଳନା ପାଇଁ ଏକ ପୃଥକ ସାର୍ବଜନୀନ ପାଠାଗାର ନିଦେ୍ର୍ଧଶକ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତି ନିଆଯାଇଛି । ପୂର୍ବରୁ ସଂସ୍କୃତି ନିଦେ୍ର୍ଧଶକଙ୍କ ଅଧୀନରେ ଏଗୁଡିକ ଥିଲା । କ୍ୟାବିନେଟର ନିଷ୍ପତି ଅନୁସାରେ ରାଜ୍ୟର ଗ୍ରାମାଂଚଳ ଓ ସହରାଂଚଳରେ ଥିବା ଘରୋଇ ପାଠାଗାର , ମନ୍ଦିର ପାଠାଗାର ଗୁଡିକ ସାର୍ବଜନିନ ପାଠାଗାର ନିଦେ୍ର୍ଧଶାଳୟଙ୍କ ଅଧୀନରେ ରହିବ । ଏଥିପାଇଁ ସ୍ୱତନ୍ତ୍ର ନିଦେ୍ର୍ଧଶକ ପଦବୀ ସୃଷ୍ଟି କରାଯିବ ।
ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକସ୍ଥିତ ଆନନ୍ଦ ଭବନର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ । ଏଥିପାଇଁ କର୍ପସ୍ ଫଣ୍ଡ ମଧ୍ୟ ସୃଷ୍ଟି କରାଯିବ । ଓଡିଆ ବଜାରରେ ଥିବା ନେତାଜୀ ମ୍ୟୁଜିୟମ୍ ର ପରିଚାଳନା ପାଇଁ ଗଠନ କରାଯାଇଥିବା ଟ୍ରଷ୍ଟ ଢାଂଚାରେ ଟ୍ରଷ୍ଟ ଗଠନ କରାଯିବ ।