ପୂର୍ଣ୍ଣିମା ଓ ସବିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Jan 5, 2019 - 18:05
 157
ପୂର୍ଣ୍ଣିମା ଓ ସବିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୫/୧(ସକାଳଖବର): ମହାକାଳପଡ଼ାର ହୁକିଟୋଲା ଡଙ୍ଗାବୁଡ଼ି ଘଟଣାରେ ଅସୀମ ସାହସ ଓ ବୁଦ୍ଧିମତାର ପରିଚୟ ଦେଇ ଅନେକ ମୂଲ୍ୟବାନ ଜୀବନ ବଂଚାଇଥିବା ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ନବୀନ ନିବାସଠାରେ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କ ସାହସର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପୁସ୍ତକ, ଶିକ୍ଷା ସାମଗ୍ରୀ ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଉଚ୍ଚଶିକ୍ଷା ପଦକ୍ଷେପ ନିଆଯିବା ସହିତ ସେମାନଙ୍କ୍ୁ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ପୂର୍ଣ୍ଣିମା ଓ ସବିତାଙ୍କ ସହିତ ପ୍ରଥମେ ସେମାନଙ୍କ ପାଠପଢ଼ା, ସେ ଦିନର ସାହସିକ କାର୍ଯ୍ୟ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ଉପସ୍ଥିତ ଥିଲେ ।