ବିଜେପିର ଗତ ନିର୍ବାଚନୀ ଇସ୍ତାହାର ଓଡ଼ିଶବାସୀଙ୍କ ପାଇଁ ନୈରାଶ୍ୟଜନକ

Feb 11, 2019 - 05:47
 176
ବିଜେପିର ଗତ ନିର୍ବାଚନୀ ଇସ୍ତାହାର ଓଡ଼ିଶବାସୀଙ୍କ ପାଇଁ ନୈରାଶ୍ୟଜନକ
ଭୁବନେଶ୍ୱର, ୧୦/୨(ସକାଳଖବର): ବିଜେପି କେନ୍ଦ୍ର ଶାସନ କ୍ଷମତାକୁ ଆସିବା ପୂର୍ବରୁ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଓଡ଼ିଶାର ପିଲାମାନଙ୍କୁ ନିଯୁକ୍ତି ଏବଂ ରେଳ ବଜେଟରେ ଦାବି ମୁତାବକ ଅର୍ଥ ମିଳିଲା ନାହିଁ । ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ମଧ୍ୟ କାର୍ଯ୍ୟକାରୀ କରାଗଲା ନାହିଁ ବୋଲି ବିଜେଡ଼ି ନେତା ସଂଜୟ ଦାସବର୍ମା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ଧାନର ସର୍ବନିମ୍ନ ସହାୟକ ଦର ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି କହି ୨୦୦ ଟଙ୍କା ବଢ଼ାଇଲେ । ଯାହାକି ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ପ୍ରତାରଣା ହୋଇଛି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବି୍ରଜ ନିର୍ମାଣ ପ୍ରତିଶ୍ରୁତି ପାଣିରେ ଗାର ହୋଇଛି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ କରି କହିଥିଲେ ଯେ, ପ୍ରତି ବର୍ଷ ଦେଶରେ ଦୁଇ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏହା କାର୍ଯ୍ୟକାରୀ ହୋଇଥିଲେ ଓଡ଼ିଶାରେ ୫ ବର୍ଷରେ ପ୍ରାୟ ୪୦ ଲକ୍ଷ ଯୁବକ ନିଯୁକ୍ତି ପାଇଥାନ୍ତେ । ତାହା ମିଳିଲା ନାହିଁ ବୋଲି ସେ କହିଥିଲେ ।