କଂଗ୍ରେସ କଥାରେ ନୁହେଁ କାମ କରି ଦେଖାଏ- ଛତିଶଗଡ଼ ମୁଖ୍ୟମନ୍ତ୍ରୀ

Feb 11, 2019 - 05:46
 125
ନୂଆପଡା, ୧୦/୨(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରିୟ କଂଗ୍ରେସ କର୍ମକର୍ତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯୋଗଦେଇ କଂଗ୍ରେସ କଥାରେ ନୁହେଁ କାମ କରି ଦେଖାଏ ବୋଲି ମତ ପ୍ରକାଶ କରିଥିଲେ । ଏହା ସହ ବିଗତ ଦିନର ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ମନେ ପକାଇ ୩ଟି ରାଜ୍ୟରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିବା କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କେନ୍ଦ୍ର ସରକାରଙ୍କ ନୋଟ୍ ବନ୍ଦୀ ଯୋଜନାକୁ ଦେଶର ସବୁଠାରୁ ଖରାପ ଯୋଜନା କହି ଏହି ଯୋଜନା ଦ୍ୱାରା ଦେଶର ୧୨୫ ଜଣଙ୍କର ଜୀବନ ଯାଇଥିବା ନେଇ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଆଗାମୀ ଦିନରେ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ କର୍ମକର୍ତା ଏକଜୁଟ୍ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, ସଂଗଠନ ଦ୍ୱାରା ଦଳ ଜିତାପଟ ହୋଇଥାଏ, ଏହି ବିଜୟକୁ କେହି ବି ରୋକିପାରିବେ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାଶ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସଭାପତି ଘାଷିରାମ ମାଝି, ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତା ଯୋଗଦାନ କରିଥିଲେ ।