ବିକ୍ରି ହୋଇଗଲା ନୀଳାଚଳ ଇସ୍ପାତ,କିଣିଲା ଟାଟା

Jan 31, 2022 - 10:31
 51
ବିକ୍ରି ହୋଇଗଲା ନୀଳାଚଳ ଇସ୍ପାତ,କିଣିଲା ଟାଟା
ଭୁବନେଶ୍ୱର, ୩୧/୦୧: ଯାଜପୁର ସ୍ଥିତ ନୀଳଚଳ ଇସ୍ପିତ ଶେଷରେ ବିକ୍ରି ହୋଇଛି । ଏହି କମ୍ପାନୀକୁ ୧୨ ହଜାର ଏକ ଶହ କୋଟି ଟଙ୍କାରେ କିଣିନେଇଛି ଟାଟା ଷ୍ଟିଲ୍‌ । ବହୁଦିନ ଧରି ଯୌଥ ଉଦ୍ୟୋଗରେ ଏହାର ପରିଚାଳନା କରାଯାଉଥିଲା । ବିକ୍ରି ନେଇ ଡକା ଯାଇଥିବା ବିଡ୍‌ରେ ଟାଟା ଷ୍ଟିଲ୍‌ର ଡାକ ଅଧିକ ରହିଥିଲା । ତେବେ ନୀଳାଚଳ ଇସ୍ପାତରେ ଓଡ଼ିଶା ସରକାରଙ୍କ କମ୍ପାନୀର ଅଂଶଧନ ରହିଥିଲା । ବିକ୍ରି ପ୍ରସ୍ତାବକୁ ଆଜି ସରକାର ଅନୁମୋଦନ ଦେଇଥିବା ଜଣାପଡ଼ିଛି । ଏନେଇ ଡିଆଇପିଏମ୍‌ ସଚିବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।