ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ, ୮ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ୍

Nov 26, 2021 - 07:05
 105
ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ, ୮ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ୍
ବାଲେଶ୍ୱରରେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍କାର୍ଡ ବଶ୍ଟନର ଶୁଭାରମ୍ଭ କରିଛନ୍ତି । ଏହା ପରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ପ୍ରକଳ୍ପରେ ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପାଇଁ ପୁରୀ ଗସ୍ତ ସମୟରେ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ୨୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ସତ୍ତ୍ୱେ, ସବୁକୁ ଭେଦ କରି ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ପୁରୀଗସ୍ତକୁ ବିରୋଧ କରିବାରେ ସଫଳ ହୋଇଥିଲେ ଓ ମୁଖ୍ୟମନ୍ତ୍ରୀ ଫେରିବା ସମୟରେ, ତାଙ୍କ କାରକେଡକୁ ଅଣ୍ଡାମାଡ କରିଥିଲେ ବିରୋଧୀ । ତେବେ ପୁଣି ଥରେ ଏଭଳି ପରିସ୍ଥିତି ସୃଷ୍ଟି ନହେଉ ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୂରା ବାଲେଶ୍ୱର ସହରକୁ ପୋଲିସ୍ ଛାଉଣୀ କରାଯାଇଥିଲା । ସାଧା ପୋଷାକରେ ପୋଲିସ୍ ମାନେ ମଧ୍ୟ କାର୍ଯ୍ୟରତ ଥିଲେ ଓ ୨୫ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ପୂର୍ବରୁ ୩୨ ଜଣଙ୍କୁ ପୋଲିସ୍ ଉଠାଇ ନେଇଥିଲା । ଉଭୟ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବାଲେଶ୍ୱର ଷ୍ଟେସନ ଚକଠାରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯିବା ସହ ମମିତାକୁ ନ୍ୟାୟ ଦେବା ଦାବିରେ ନାରାବାଜି କରାଯାଇଥିଲା । ଘଟଣା ସ୍ଥଳରୁ ପୋଲିସ୍ ୮ଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।