ବାଲେଶ୍ୱର ଜିଲ୍ଲାରେ ଜବାବ ମାଗୁଛି ଓଡିଶା ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Jan 13, 2019 - 18:15
 132
ବାଲେଶ୍ୱର ଜିଲ୍ଲାରେ ଜବାବ ମାଗୁଛି ଓଡିଶା ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଜଳେଶ୍ୱର,୧୩/୧(ସକାଳଖବର):ଭ୍ରଷ୍ଟାଚାରୀ ରୂପୀ ଶିଶୁ ଦାନବ ଏବେ ନବୀନ ବାବୁଙ୍କ ଘରେ । ବଡ ଦାନବ ମାନେ ତାଙ୍କର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଘରେ ରହିଥିବା ସରୋଜ ସାହୁ କିଏ ଓ କେଉଁ କାମରେ ସଂଶ୍ଲିଷ୍ଟ ଥିବାରୁ ତାଙ୍କୁ ସିବିଆଇ ଜେରା କରିଥିଲା ଏହି ପ୍ରଶ୍ନର ଜବାବ ମୁଖ୍ୟମନ୍ତ୍ରୀ ଦେବାକୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସୁଗୋ ଗ୍ରାମ ପଂଚାୟତ ଠାରେ ଅନୁଷ୍ଠିତ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟକୁ ତଳିତଳାନ୍ତ କରିବା ପାଇଁ ଶାସକ ବିଜେଡି ଦଳ ଷଡଯନ୍ତ୍ର କରିଛି । ଅସାଧୁ ୨-୫ ଜଣ କର୍ମଚାରୀ ଏବେ ଶାସକ ଦଳର ହାତବାରିସୀ ସାଜିଛନ୍ତି । ଯାହାଫଳରେ ୧୯ ବର୍ଷରେ ରାଜ୍ୟରେ ଦୁର୍ନୀତି ବଢିବାରେ ଲାଗିଛି । ୧୯ ବର୍ଷ ଶାସନରେ ନବୀନ ସରକାର ଜମିକୁ ପାଣି, ମା ଭଉଣୀଙ୍କୁ ପିଇବା ପାଣି, ବିଦ୍ୟାଳୟକୁ ଶିକ୍ଷକ, ଡାକ୍ତରଖାନାକୁ ଡାକ୍ତର ଦେବାରେ ବିଫଳ ହୋଇଛନ୍ତି । ମିଛ କହୁଥିବା ଏହି ସରକାରଙ୍କୁ ବଦଳାଇବାର ସମୟ ଆସିଛି । ମୂକ, ବଧିର, ଅନ୍ଧ, ସମ୍ବେଦନହୀନ ସରକାରଙ୍କୁ ଜବାବ ମାଗିବା ପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଚିଟଫଣ୍ଡ ଦୁର୍ନୀତିରେ ଖୋଦ୍ ଶାସକ ଦଳର ନେତା ଓ ମନ୍ତ୍ରୀ ମାନେ ସମ୍ପୃକ୍ତି ଅଛନ୍ତି । ପାଖ ଜିଲାର ଜଣେ ସାଂସଦ ଏବେ ଜାମିନ୍ ରେ ଆସିଥିବା ବେଳେ ସ୍ଥାନୀୟ ସାଂସଦ ଆଗୁଆ ଜାମିନ ଆଣିଛନ୍ତି । ମନ ଭିତରେ ଡର ଅଛି କାଳେ ଗିରଫ ହେବେ । ଏହି ଭୟରେ ସେ ଜାମିନ ଆଣିଛନ୍ତି । ହେଲେ ସେହି ସାଂସଦ ଏବେ ଉତର ଓଡିଶାରେ ବିଜେଡି ଦଳର ମଙ୍ଗୁଆଳ ସାଜିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରର ମୋଦି ସରକାର ଓଡିଶାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ୫୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ବାଲେଶ୍ୱର ଜିଲ୍ଲାର ଜଳଶ୍ୱର ଅଂଚଳରେ ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଜଳେଶ୍ୱରକୁ ଅଣଦେଖା କରୁଛନ୍ତି । ଜଳେଶ୍ୱର ଓଡିଶା ରାଜ୍ୟର ଏକ ପୂରୁଣା ନଗରୀ । ମାତ୍ର ଏଠାରେ ପାନୀୟ ଜଳର ବ୍ୟବସ୍ଥା ନାହିାଁ ୧୯ ବର୍ଷର ଶାସନ କାଳରେ ନବୀନ ବାବୁ ଘରକୁ ପାଇପ ଯୋଗେ ପିଇବା ପାଣି ଦେଇପାରିଲେ ନାହିଁ । ହେଲେ ମୋଦି ସରକାର ବାଲେଶ୍ୱରର ପତ୍ୟେକ ଘରକୁ ପାଇପ ଯୋଗେ ଗ୍ୟାସ ଦେବାପାଇଁ ଯୋଜନା ଆରମ୍ଭ କରିଛନ୍ତି । ଜଳେଶ୍ୱର ବ୍ଲକରେ ୬୨ ହଜାର ଘର ରହିଥିବା ବେଳେ ମୋଦି ସରକାର ଆସିବା ପୂର୍ବରୁ ୧୦୦୦ ଘରେ ଗ୍ୟାସ ସଂଯୋଗ ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବା ପରେ ଉଜ୍ଜଳା ଯୋଜନାରେ ୧୫, ୦୦୦ ଘରକୁ ଗ୍ୟାସ ପାଇମ ମାଧ୍ୟମରେ ଏଲପିଜି କନେକ୍ସନ ଯୋଗାଇଦେଲେ । ମାତ୍ର ଏ ସରକାର ଏତେ ବର୍ଷ ଶାସନରେ ରହିବା ପରେ ମଧ୍ୟ ପ୍ରତି ଘରକୁ ପିଇବା ପାଣି ମୁନ୍ଦାଏ ପହଂଚାଇପାରିଲେ ନାହିଁ ।