ଅଙ୍ଗନବାଡ଼ି କର୍ମୀଙ୍କ ସର୍ବନିମ୍ନ ଦରମା ୧୦ ହଜାର ଟଙ୍କା ହେଉ : କଂଗ୍ରେସ

Jan 13, 2019 - 18:13
 144
ଅଙ୍ଗନବାଡ଼ି କର୍ମୀଙ୍କ ସର୍ବନିମ୍ନ ଦରମା ୧୦ ହଜାର ଟଙ୍କା ହେଉ : କଂଗ୍ରେସ
ଭୁୁବନେଶ୍ୱର,୧୩/୧(ସକାଳଖବର):ଅଙ୍ଗନୱାଡ଼ି କର୍ମୀମାନଙ୍କର ଯେଉଁ ସାମାନ୍ୟତମ ଦରମାର ପରିବର୍ତନ କରି ନବୀନ ବାବୁ ବାବା ନେବାକୁ ବସିଛନ୍ତି ଏବଂ ରାଜନୈତି •ଲ ଖେଳିଛନ୍ତି ତାକୁ କଟୁଭାଷାରେ ସମାଲୋଚନା କରି ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ଜେନା କହିଛନ୍ତି ଯେ ଯଦି ଅଙ୍ଗନାୱାଡ଼ି କର୍ମୀଙ୍କ ପ୍ରତି ଏତେ ଦରଦ ଥିଲା ଦୀର୍ଘ ୪୫ ଦିନଧରି ଅହରହ ଧାରଣାରେ ବସିଲାପରେ ନବୀନ ବାବୁଙ୍କ ନିଦ ଭାଙ୍ଗଲା ନା ଭୋଟ ରାଜନୀତି ପାଇଁ ତାଙ୍କର ଏହି ଶୁଖିଲା ଦରଦ । କଂଗ୍ରେସ ଦଳ ଅଙ୍ଗନୱାଡ଼ି କର୍ମୀଙ୍କର ଦରମା ୧୦ ହଜାର ଟଙ୍କା ଦାବି କରୁଛି । ଯଦି ୧୦ ହଜାର ଟଙ୍କାକୁ ବୃଦ୍ଧି କରାନଯାଏ ତାହାଲେ ରାଜ୍ୟ ମହିଳା କଂଗ୍ରେସ ନବୀନ ନିବାସ ଘେରାଉ କରିବ । ଏବଂ ଏ ଦାବୀ ପୂରଣ ନହେଲେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।