ବାରିପଦା: କ୍ରସରକୁ ନେଇ ବିବାଦ

Aug 24, 2018 - 18:43
 179
ବାରିପଦା:  କ୍ରସରକୁ ନେଇ ବିବାଦ
ବାରିପଦା,୨୪/୦୮ (ସକାଳଖବର): ବାରିପଦ ପୌପରିଷଦର ୱାଡର଼୍ ନଂ ୨୭ ଦେବେନ୍ଦ୍ରପୁରରେ କାର୍ଯ୍ୟକରୁଥିବା ଏକ କ୍ରସରକୁ ନେଇ ଦେଖାଦେଇଛି ବିବାଦ । କ୍ରସରରେ ପଥର ଭଙ୍ଗା ଯାଉଥିବା ବେଳେ ଏଥିରୁ ନିର୍ଗତ ହେଉଥିବା ପଥର କଣିକା ପବନରେ ଉଡ଼ି ଜନବସତି ଅଞ୍ଚଳରେ ଖେଳାଇ ଗଛପତ୍ର, ଘରଦ୍ୱାର ଆଦିରେ ଜମାଟ ବାନ୍ଧୁ ଥିବା ବେଳେ ଜନସାଧାରଣଙ୍କ ନିଶ୍ୱାସ ପ୍ରଶ୍ୱାସରେ ଶରୀର ମଧ୍ୟକୁ ପ୍ରବେଶ କରି ଫୁସଫୁସ ଜନିତ ରୋଗ ଆଦିର କାରଣ ପାଲଟୁଛି । ତେବେ ଉକ୍ତ କ୍ରସର ସେଠାରେ କାର୍ଯ୍ୟ ଆରମ୍ଭ କରିବା ସମୟରେ ସେଠାରେ ଜନବସତି ରହିଥିଲା କି ନାହିଁ, ଜନବସତିଠାରୁ କେତେ କିଲୋମିଟର ଦୂରରେ ରହିଥିଲା ଏଦିଗରେ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳ ତଦନ୍ତ କରି ଯାହା ପଦକ୍ଷେପ ନେବେ ବୋଲି କହିବା ସଂଗେସଂଗେ ଉକ୍ତ କ୍ରସରର ମାଲିକ କ୍ରସରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଇ ନେବା ଭଲ ହେବ ବୋଲି ମତ ଦେଇଥିଲେ । ସେହିପରି ବାରିପଦା ଉପଜିଲ୍ଲାପାଳ ମହମ୍ମଦ୍ ଅବ୍ଦାଲ୍ ଅଖ୍ତର କଣ ହୋଇଛି ତଦନ୍ତ କରି ଦେଖିବେ ବୋଲି କହିଛନ୍ତି ।