ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର

Nov 10, 2021 - 14:22
 112
ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ଓଡ଼ିଶା ପୁଲିସ୍‌ ଡିଜି ଅଭୟଙ୍କୁ ଅବସର ନେବା ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ଡିସେମ୍ବର ୩୧ ତାରିଖରେ ସେ ଅବସର ନେବେ। ଅବସର ନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା। ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ। ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ। ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସେପଟେ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ୧୨ ଜଣିଆ ତାଲିକା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଛନ୍ତି। ସେଥିରେ ରହିଛି ପ୍ରଦୀପ କପୁର, ସୁନୀଲ କୁମାର ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟଙ୍କ ପରି ନାଁ। ସେମାନଙ୍କ ଭିତରୁ ତିନି ଜଣଙ୍କୁ ୟୁପିଏସ୍‌ସି ବାଛିବେ। ସେମାନଙ୍କ ଭିତରୁ ଜଣଙ୍କୁ ରାଜ୍ୟ ସରକାର ବାଛିବେ। ନୂଆବର୍ଷରେ ଓଡ଼ିଶା ନୂଆ ଡିଜିପି ପାଇବ।