ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା

Nov 13, 2018 - 19:21
 170
ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା
ଅନୁଗୋଳ, ୧୩/୧୧(ସକାଳଖବର):ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର, ନର୍ସ, କର୍ମ·ରୀ ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି ଏବଂ ନିରାମୟରେ ସମସ୍ତ ଔଷଧ ମାଗଣାରେ ଯୋଗାଇଦେବା, ଦାନ୍ତ ଡାକ୍ତର ନିଯୁକ୍ତି ଦେବା, ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପରସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନିତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସେହି ଜାଗାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିବା ଆଦି ଦାବିରେ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି, ବନ୍ତଳା ୟୁନିଟ୍ ପକ୍ଷରୁ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସଂଗଠକ ସଞ୍ଜୟ ସାହୁଙ୍କ ପରି·ଳନାରେ ଅନୁଷ୍ଠିତ ଧାରଣାରେ ସ୍ଥାନୀୟ ମହିଳା ସଂଗଠିକା ମନେ୍ଦାଦରୀ ରାଉଳ, ଝିଲି ବେହେରା, ନିରୂପମା ନାୟକଙ୍କ ସମେତ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ହେମନ୍ତ ଦାସ, ପଠାଣି ବାରିହା, ନିରୋଦ ଚନ୍ଦ୍ର ପାଳ, ରମେଶ ସାହୁ, ମାନସ ପାଳ ପ୍ରମୁଖ ସାମିଲ ହେବା ସହିତ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଜଙ୍ଗଲ ଅଧୁ୍ୟଷିତ ଅଞ୍ଚଳର ବହୁ ଗରିବ ଜନସାଧାରଣ ଉକ୍ତ ଡାକ୍ତରଖାନା ଉପରେ ନିର୍ଭର କରୁଥିବାରୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି ଓ ଆବଶ୍ୟକୀୟ ଉପକରଣ ସହ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇଦେଇବାକୁ ଦାବି କରିଥିଲେ । ଏଥି ସହିତ ସର୍ବାଧିକ ରାଜସ୍ୱ ଦେଉଥିବା ଅନୁଗୁଳ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପରସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାର ଜିଲ୍ଲାବାସୀଙ୍କ ନ୍ୟାଯ୍ୟ ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପେକ୍ଷା କରି ·ଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଅଧିକାରୀ ଧାରଣାସ୍ଥଳକୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦେ୍ଧଶ୍ୟରେ ଲିଖିତ ଦାବିପତ୍ର ଗ୍ରହଣ କରିବା ପରେ ଧାରଣା ଶେଷ ହୋଇଥିଲା ।