ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ

Sep 14, 2018 - 17:44
 214
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ
ପୁରୀ,୧୪/୯ (ସକାଳଖବର): ଶ୍ରୀମନ୍ଦିର ପରିସରରେ ଜଣେ ଭକ୍ତଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ସିଂହଦ୍ୱାର ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁରର ବାସିନ୍ଦା ବ୍ରଜବନ୍ଧୁ ବିଶ୍ୱାଳ (୭୫), ପତ୍ନୀ ଝିଅ ଓ ନାତି ନାତୁଣୀଙ୍କ ସହିତ ଆଜି ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସେମାନେ ମହାପ୍ରଭୁଙ୍କୁ ଦର୍ଶନ ପରେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରୁଥିଲେ । ତେବେ ହାତ ଧୋଇବାକୁ କେନ୍ଦ୍ର କରି ଜଣେ ଅଭଡ଼ା ବିକ୍ରେତା ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏପରିକି ଉତକ୍ଷିପ୍ତ ଯୁବକ ଜଣକ ତାଙ୍କୁ କୋଢୁଆ ଫୋପାଡି ଥିଲେ । ତାଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି ।