ବଡିକୋନ୍ ଡ୍ରେସ୍ ପାଇଁ ଟ୍ରୋଲ୍‌ ହେଲେ ନୋରା : ଭାଇରାଲ୍ ହେଉଛି ଭିଡିଓ..

Sep 17, 2021 - 07:50
 108
ବଡିକୋନ୍ ଡ୍ରେସ୍ ପାଇଁ ଟ୍ରୋଲ୍‌ ହେଲେ ନୋରା : ଭାଇରାଲ୍ ହେଉଛି ଭିଡିଓ..
ମୁମ୍ବାଇ ୧୭/୦୯: ବଲିଉଡ୍‌ ଇଣ୍ଟଷ୍ଟ୍ରୀର ହଟ୍‌ ଆଣ୍ଡ ବୋଲ୍ଡନେସ୍‌ ପାଇଁ ନୋରା ଫତେହି ବେଶ୍‌ ଜଣା ଶୁଣା । ନୋରା ତାଙ୍କ ଡ୍ୟାନ୍ସ ବଳରେ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନ୍ସ ଫୋଲର୍ସଙ୍କୁ ଦିୱାନ କରିଥାନ୍ତି । ନୋରା ଚମତ୍କାର ଡ୍ୟାନ୍ସ ଯୋଗୁଁ ଏକ ବିଶାଳ ପ୍ରଶଂସକ ସମୂହ ସୃଷ୍ଟି କରିଛନ୍ତି । ସେ ନିଜ ଫ୍ୟାଶନ୍ ସେନ୍ସ ପାଇଁ ବି ଜଣାଶୁଣା । କିନ୍ତୁ ତାଙ୍କର ଏକ ବୋଲ୍ଡନେସ୍‌କୁ ନେଇ ଇଣ୍ଡଷ୍ଟ୍ରୀରେ ସବୁ ବେଳେ ଚର୍ଚ୍ଚା ଲାଗି ରୁହେ । ନୋରା ନିଜ ସୁନ୍ଦର ଷ୍ଟାଇଲ୍‌ ଦ୍ୱାରା ନିଜ ତାଙ୍କ ପ୍ରଶଂସକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ବହୁତ ଭଲ ଭାବରେ ଜାଣନ୍ତି । ହେଲେ ନୋରା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍ ରୁହନ୍ତି । ସବୁବେଳେ ଫ୍ୟାନ୍ସଙ୍କ ସହ ଫଟୋ ଉଠାଇବା ସହ ଭିଡିଓ ବନାଇ କିଛି ନା କିଛି ସେୟାର କରୁଥାନ୍ତି । ଏହାରି ମଧ୍ୟରେ ପୁଣି ଥରେ ତାଙ୍କ ବୋଲ୍ଡନେସ୍‌ ଅନ୍ଦାଜ୍‌ ପାଇଁ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି । ଅଭିନେତ୍ରୀ ନୋରା ମୁମ୍ବାଇ ସ୍ଥିତ ରାଜ ରାସ୍ତାରେ ଦେଖିବାକୁ ମିଳିଥିଲା । ଏଭଳି ଲୁକ୍‌ରେ ଥିବା ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । କିନ୍ତୁ ନୋରାଙ୍କ ଏଥର ଖୁବ୍‌ ବୋଲ୍ଡ ତ ଦେଖାଯାଉଛନ୍ତି ହେଲେ ଏହି ବୋଲ୍ଡ ତାଙ୍କ ପାଇଁ ଅଡୁଆ କରିଛି । ନୋରା ଏଠାରେ ଏକ ଧଳା ରଙ୍ଗର ବଡିକନ୍‌ ପୋଷାକ ପିନ୍ଧିଛନ୍ତି । ଏହା ସହ ନ୍ୟୁଡ୍‌ର ମେକ୍‌ଅପ୍‌ ନେଇଛନ୍ତି ।ନୋରା ଏହି ଡ୍ରେସ୍‌ରେ ବହୁତ ହଟ- ସେକ୍ସି ଓ ଗ୍ଲାମରସ୍‌ ଦେଖା ଯାଉଥିବାର ନଜର ଆସିଛନ୍ତି । ନୋରାଙ୍କର ଏହି ଅନ୍ଦାଜ୍‌ ଦେଖି ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟରେ ନିଆଁ ଲାଗିଛି ।