ଶତାୟୁ ବୃଦ୍ଧଙ୍କ ଚକ୍ଷୁରେ ସଫଳ ଅସ୍ତ୍ରୋପଚାର

Jul 17, 2018 - 17:46
 186
ଶତାୟୁ ବୃଦ୍ଧଙ୍କ ଚକ୍ଷୁରେ ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର,୧୭/୭(ସକାଳଖବର): ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସପିଟାଲ ବିରଳ ରେକର୍ଡ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ଚକ୍ଷୁରେ କ୍ୟାପିଟାଲ ହସପିଟାଲରେ ଚକ୍ଷୁ ବିଶେଷଜ୍ଞ ଡାଃ ଅଶ୍ୱନୀ ମେହେର୍ଦ୍ଧା ଓ ତାଙ୍କ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି । ଶ୍ରୀ ମିଶ୍ରଙ୍କ ଦୁଇଟି ଯାକ ଆଖିରେ ମୋତିଆ ବିନ୍ଦୁ ହେବାଦ୍ୱାରା ତାଙ୍କୁ ଠିକ୍ ଦେଖାଯାଉ ନଥିଲା । ପ୍ରାୟ ଏକ ବର୍ଷ ପୂର୍ବେ ସେ କ୍ୟାପିଟାଲ ହସପିଟାଲକୁ ଆସି ଚକ୍ଷୁ ବିଭାଗରେ ଦେଖାଇଥିଲେ । କିନ୍ତୁ ତାଙ୍କ ପିଠିରେ ସମସ୍ୟା ଏବଂ ଅତ୍ୟଧିକ ବୟସ ଯୋଗୁ ସେତେବେଳେ ତାଙ୍କୁ ଡାକ୍ତରଖାନା ତରଫରୁ ଅପରେସନ ନକରି ଫେରାଇ ଦିଆଯାଇଥିଲା । କିନ୍ତୁ ପୁଣିଥରେ ତାଙ୍କ ପୁଅ କ୍ୟାପିଟାଲ ହସପିଟାଲକୁ ଆଣିଥିଲେ । ଏଥର କିନ୍ତୁ ଆଖି ପରୀକ୍ଷା ପରେ ତାଙ୍କର ମୋତିଆ ବିନ୍ଦୁ ଅପରେସନ ପାଇଁ ଡାଃ ମେହେର୍ଦ୍ଧା ନିଷ୍ପତି ନେଇଥିଲେ । ଏହି ଜଟିଳ ଅପରେସନକୁ ଡାଃ ମେହେର୍ଦ୍ଧା ଓ ତାଙ୍କ ଟିମ୍ ମାତ୍ର ୫ ମିନିଟ ମଧ୍ୟରେ ସାରିଥିଲେ । ପ୍ରଥମେ ତାଙ୍କ ଡାହାଣ ଆଖିରେ ଅପରେସନକରାଯାଇଛି ଓ ସେ ଏବେ ଭଲଭାବେ ଦେଖିପାରୁଛନ୍ତି । ଆଉ ୧୫ ଦିନ ପରେ ତାଙ୍କର ବାମ ଆଖିରେ ମୋତିଆ ବିନ୍ଦୁ ଅପରେସନ କରାଯିବ ବୋଲି ଡାଃ ମେହେର୍ଦ୍ଧା ସୂଚନା ଦେଇଛନ୍ତି ।