ପ୍ରାର୍ଥୀ ଚୂଡ଼ାନ୍ତ ନେଇ ନବୀନ ନିବାସଠାରେ ପର୍ଯ୍ୟବେକ୍ଷକଙ୍କ ବୈଠକ

Mar 14, 2019 - 14:51
 160
ଭୁବନେଶ୍ୱର,୧୩/୩(ସକାଳଖବର): ଓଡ଼ିଶାରେ ଏପି୍ରଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟର ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ନେଇ ଆଜି ନବୀନ ନିବାସଠାରେ ବିଜେଡ଼ି ଦଳ ପର୍ଯ୍ୟବେକ୍ଷକ ମାନଙ୍କର ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ନବରଙ୍ଗ ପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଂଜୟ ଦାସବର୍ମା ଏବଂ ବ୍ରହ୍ମପୁରର ପର୍ଯ୍ୟବେକ୍ଷକ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଯୋଗ ଦେଇଛନ୍ତି । ଏଥିରେ ୪ଟି ଲୋକସଭା ସମେତ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ଚାଲିଛି । ବୈଠକ ପରେ ମହେଶ୍ୱର ମହାନ୍ତିଙ୍କ କହିବା ଅନୁଯାୟୀ ପ୍ରାର୍ଥୀ ସମ୍ପର୍କରେ ପର୍ଯ୍ୟବେକ୍ଷକମାନେ ତାଙ୍କର ରିପୋର୍ଟ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ତା ଉପରେ ଯାହା ନିଷ୍ପତି ନେବେ ।