ପ୍ରଶାସନିକ ବିଭାଗ ଓ ନିଦେ୍ର୍ଧଶାଳୟ ମିଶ୍ରଣକୁ ଲୋକସେବା ଭବନ କର୍ମଚାରୀଙ୍କ ବିରୋଧ

Aug 22, 2019 - 18:11
 117
ଭୁବନେଶ୍ୱର, ୨୨/୮(ସକାଳଖବର): ପ୍ରଶାସନିକ ବିଭାଗ ଓ ନିଦେ୍ର୍ଧଶାଳୟର ମିଶ୍ରଣକୁ ଲୋକସେବା ଭବନ କର୍ମଚାରୀ ସଂଘ ବିରୋଧ କରିଛି । କାର୍ଯ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାର ଯାହା କହୁଛନ୍ତି ତାହା ଠିକ୍ ନୁହେଁ । ତରବରିଆ ଭାବେ ଏହି ନିଷ୍ପତି ନିଆଯାଇଛି । ଯଦି ଲୋକଙ୍କୁ ଅତି ଶୀଘ୍ର ସେବା ଯୋଗାଇ ଦେବାକୁ ଚାହୁଛନ୍ତି ତେବେ ସ୍ଥିତାବସ୍ଥାକୁ ବଜାୟ ରଖାଯାଉ । କାର୍ଯ୍ୟ ତ୍ୱରାନ୍ୱିତ ହେବ ତାର ବ୍ୟବସ୍ଥା କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ମୁଖ୍ୟ ଶାସନ ସଚିବଭାବେ ଅସିତ୍ କୁମାର ତ୍ରିପାଠୀ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ପ୍ରଥମ ସଂସ୍କାର ଅଣାଯାଇଛି । ରାଜ୍ୟ ପ୍ରଶାସନ କାର୍ଯ୍ୟାନ୍ୱୟନରେ ବଡ଼ ଧରଣର ପରିବର୍ତନ କରାଯାଇଛି । ଏଣିକି ପ୍ରଶାସନିକ ବିଭାଗ ଓ ନିଦେ୍ର୍ଧଶାଳୟ ମିଶ୍ରଣ ହେବ ।