ହସ୍ପିଟାଲ୍‌ ମୃତ ଘୋଷଣା କରିବା ପରେ ନବଜାତକକୁ ଜୀବିତ ଥିବା ଦେଖିଲେ ପରିବାର ଲୋକ

May 24, 2022 - 05:39
 45
ହସ୍ପିଟାଲ୍‌ ମୃତ ଘୋଷଣା କରିବା ପରେ ନବଜାତକକୁ ଜୀବିତ ଥିବା ଦେଖିଲେ ପରିବାର ଲୋକ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାମବାଣ ଜିଲ୍ଲାରେ ଥିବା ଉପ ଜିଲ୍ଲା ହସ୍ପିଟାଲ୍‌ ବନିହାଲ୍‌ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଡାକ୍ତରମାନେ ଜଣେ ନବଜାତକଙ୍କୁ ମୃତ ବୋଲି ଘୋଷଣା କରିବା ପରେ ନବଜାତକଟି ଜୀବିତ ଥିବା ଦେଖିବାକୁ ମିଳିଛି। ଡାକ୍ତର ନବଜାତକକୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ମୃତହେଦକୁ ନେବା ବେଳେ ସେ ମୃତ ନୁହେଁ ଜୀବିତ ବୋଲି ଦେଖିବାକୁ ପାଇଥିଲେ। ଡାକ୍ତରମାନଙ୍କ ଏପରି ଅବହେଳାରେ କ୍ରୋଧିତ ହୋଇ ନବଜାତକର ପରିବାର ଲୋକ ହସ୍ପିଟାଲ୍‌ ସମ୍ମୁଖରେ ଭିକ୍ଷୋବ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ଭିତ୍ତିକରି ହସ୍ପିଟାଲ୍‌ ତା’ର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି।