ପ୍ରଧାନ ଶିକ୍ଷୟତ୍ରୀକୁ ଗାଳି ଗୁଲଜ କରି ଯୁବକ ଗିରଫ

Aug 17, 2018 - 18:56
 158
ଅନୁଗୋଳ ୧୭/୮ (ସକାଳଖବର): ଜରପଡ଼ା ଥାନା ଅନ୍ତର୍ଗତ ଦୁବନାଳୀ ପ୍ରାଥମିକ ସ୍କୁଲରେ ଜଣେ ଯୁବକ ସ୍କୁଲରେ ତାଲା ପକାଇ ସହ ପ୍ରଧାନ ଶିକ୍ଷୟତ୍ରୀକୁ ଗାଳି ଗୁଲଜ କରିବା ନେଇ ଗିରଫ ହୋଇଛି । ଘଟଣାରୁ ପ୍ରକାଶ ଦୁବନାଳୀ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୁକ୍ତା ସାହୁଙ୍କର ଅନ୍ୟତ୍ର ବଦଳୀ ହୋଇଛି । ଏନେଇ ସେହି ଗାଁର ଯୁବକ ବଳରାମ ପ୍ରଧାନ (୨୮) ସ୍କୁଲ ଯାଇ ଅଫିସକୁ ତାଲା ପକାଇ ଦେଇଥିଲେ । ଏବଂ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗାଳି ଗୁଲଜ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ପ୍ରଧାନ ଶିକ୍ଷୟତ୍ରୀ ଜରପଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ନେଇ ଯୁବକ ବଳରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ।