ପ୍ରଧାନ ବିଚାରପତିଙ୍କୁ ମହନ୍ତଙ୍କ ଖୋଲା ଚିଠି

Sep 5, 2019 - 06:09
 157
ପ୍ରଧାନ ବିଚାରପତିଙ୍କୁ ମହନ୍ତଙ୍କ ଖୋଲା ଚିଠି
ଭୁବନେଶ୍ୱର,୪/୯(ସକାଳଖବର): ସାମ୍ପ୍ରତିକ ପୁରୀ ଉଚ୍ଛେଦ ଘଟଣାକୁ ନେଇ ସୁପି୍ରମକୋର୍ଟର ପ୍ରଧାନ ବିଚାରପତିଙ୍କୁ ମଠ ମହନ୍ତ ମାନେ ଖୋଲା ଚଠି ଦେଇଛନ୍ତି । ଐତିହ୍ୟର ସୁରକ୍ଷା ପାଇଁ ଉଚ୍ଛେଦ ଉପରେ ରହିତାଦେଶ ଦେବାଲାଗି ଚିଠିରେ ଆବେଦନ କରାଯାଇଛି । ଏହି ଚିଠିରେ ଦର୍ଶାଯାଇଛି ଯେ, ଗତ ସପ୍ତାହରେ ଆଡ଼ଭୋକେଟ ଜେନେରାଲ କୋର୍ଟରେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ ବହୁ ମିଛ କଥା ଉଲ୍ଲେଖ କରିଛନ୍ତି । ଉଚ୍ଛେଦ ସମ୍ପର୍କରେ ବୈଠକରେ ମହନ୍ତମାନେ ସମ୍ମତି ଦେଇଛନ୍ତି ବୋଲି ଯାହା କହିଛନ୍ତି ତାହା ଠିକ୍ ନୁହେଁ । ସେଭଳି ସମ୍ମତି ଆମେ ଦେଇ ନାହୁଁ । ଜିଲ୍ଲା ପ୍ରଶାସନ ଉଚ୍ଛେଦ ପାଇଁ ଆମ ଉପରେ ଚାପ ପକାଉଛି । ଶ୍ରୀମନ୍ଦିରର ପାଚେରୀଠାରୁ ୭୫ ମି. ପରିସୀମା ମଧ୍ୟରେ ୧୮ଟି ମଠ ରହିଛି । ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟରେ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ପୁରାତନ ମଠର ସୁରକ୍ଷା ପରିବର୍ତେ ରାଜ୍ୟ ସରକାର ଧ୍ୱଂସ କରି ଚାଲିଛନ୍ତି ବୋଲି ଏଥିରେ ଦର୍ଶାଯାଇଛି । ପୁରୀରେ ଏବର ସ୍ଥିତିର ସମାଧାନ ପାଇଁ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସୁପ୍ରିମକୋର୍ଟ ଆମିକସ କୁ୍ୟରୀ ଏବଂ ଏସଜିଙ୍କୁ ପୁରୀ ଆସିବାକୁ କହିଛନ୍ତି । ସରକାର ସେମାନଙ୍କୁ ଅପେକ୍ଷା ନ କରି ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରି ଚାଲିଛନ୍ତି । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ମହନ୍ତମାନେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ।